The Ultimate Managed Hosting Platform
ADVERTISEMENT

ବଜ୍ରାପାତରେ ଚାଲିଗଲା ଶଳାଭିଣୋଇଙ୍କ ଜୀବନ

Facebook
Twitter
LinkedIn

ପାଟଣାଗଡ : ବ୍ରଜପାତରେ ଶଳା ଭିଣୋଇଙ୍କ ଚାଲିଗଲା ଜୀବନ । ବେଲପଡା ଥାନା ଡୁଡୁକାମାଲ ଗାଁରେ ଶଳା ଭିଣୋଇ ବଜ୍ରାଘାତର ଶିକାର । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ମୃତକ ମଧ୍ୟରୁ ଜଣେ ହେଉଛନ୍ତି ବେଲପଡା ଥାନା ମାଲପଡାର ଟିକେଧର ମାଝୀ ଓ ଖପ୍ରାଖୋଲ ଥାନା ସାହାଜପାଣି ଗାଁର ଦିଲ୍ଲୀପ ମାଝୀ । ଦିଲ୍ଲୀପ ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ ସାଙ୍ଗହୋଇ ଗାଧୋଇବାକୁ ଯାଉଥିଲେ । ଏହି ସମୟରେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା । ବର୍ଷାରୁ ରକ୍ଷା ପାଇବା ପାଇଁ ଗଛତଳେ ଠିଆ ହୋଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login