The Ultimate Managed Hosting Platform
ADVERTISEMENT

ବଜ୍ରପାତ ନେଇଗଲା ଅଜା-ନାତିଙ୍କ ଜୀବନ

Facebook
Twitter
LinkedIn

ଗଞ୍ଜାମ : ବଜ୍ରପାତରେ ଚାଲିଗଲା ଅଜା-ନାତିଙ୍କ ଜୀବନ । ଏଭଳି ଏକ ଘଟଣା ଘଟିଛି ପାତ୍ରପୁର ବ୍ଲକ ପଦାଦିଗି ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ । ସୂଚନାନୁସାରେ ଗାଁ ନିକଟସ୍ଥ ନଦୀ ପାଖ ତୋଟାରେ ମଇଁଷି ଚରେଇବାକୁ ସକାଳୁ ଯାଇଥିଲେ ସମ୍ପର୍କୀୟ ଅଜା ଓ ନାତି । ଖରା ବେଳରେ ଅଳ୍ପ ଦୂରରେ ରୋଷେଇ କରୁଥିବା ବେଳେ ଅପରାହ୍ନରେ ଆକସ୍ମିକ ମେଘ ପବନ ସହ ପ୍ରବଳ ବଜ୍ରପାତ ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ସେମାନେ ଟଳି ପଡିଲେ । ସେମାନଙ୍କ ପରିଚୟ ହେଲା ଚରାଳୀ ସାକିଲି କନିଆରୀ ଏବଂ ତାଙ୍କ ସମ୍ପର୍କୀୟ ଏମ. ଭବେଶ କନିଆରୀ । ସେମାନେ ଦୁହେଁ ଉଭୟ ସମ୍ପର୍କୀୟ ଅଜା ନାତି । ତେବେ ବଜ୍ରପାତରେ ଦୁଇ ମଇଁଷି ମୃତ୍ୟୁ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login