ଭୁବନେଶ୍ୱର : ମୃତ୍ୟୁ ପୂର୍ବରୁ ବଞ୍ଚାଇ ରଖନ୍ତୁ । ଏଭଳି କହି ରାଜ୍ୟ କର୍ମଚାରୀ ବୀମା ବିଭାଗ ଓ ଜଳ ସମ୍ପଦ ବିଭାଗକୁ ଗୁହାରି କରିଛନ୍ତି ନିରଦ କୁମାର ସାହୁ । ୨୦୧୩ ମସିହାରୁ ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗରେ ଅଫିସ ଆଟେଣ୍ଡାଣ୍ଡ କାର୍ଯ୍ୟରତ କରୁଛନ୍ତି ନିରଦ କୁମାର ସାହୁ । ନିରଦ କଟକ ବଡମ୍ବାର ରଗଡିପୁରର ବାସୀନ୍ଦା । ୨୦୧୮ ମସିହା ଯାଏଁ ଦରମା ମଧ୍ୟ ତାଙ୍କୁ ମିଳିଛି । କିନ୍ତୁ ୨୦୧୯ ମାର୍ଚ୍ଚ ମାସ ଠାରୁ ଦରମା ମିଳିନାହିଁ । ଅନ୍ୟପଟେ ଚାକିରରୁ ମଧ୍ୟ ନୋଟିସ ନ ଦେଇ ବାହାର କରିଛନ୍ତି । ତେଣୁ ମୁଖ୍ୟ ଯନ୍ତ୍ରୀ ଓ ହାଇକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ,ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଏବଂ ଜଳ ସଂପଦ ବିଭାଗ ବକେୟା ଦରମା ସହ ପୁନଃ ନିଯୁକ୍ତି ପାଇଁ ଦାବି ।
Views: 89