The Ultimate Managed Hosting Platform
ADVERTISEMENT

ଫ୍ରାନ୍ସରୁ ମୁମ୍ବାଇ ପହଁଚିଲା ବିମାନ, ମାନବ ଚାଲାଣ ସନେ୍ଦହରେ ଥିଲା ଅଟକ

Facebook
Twitter
LinkedIn

ନୂଆଦିଲ୍ଲୀ : ୪ ଦିନ ପରେ ଫ୍ରାନ୍ସରୁ ମୁମ୍ବାଇ ପହଁଚିଲା ବିମାନ । ଯାଞ୍ଚ ପରେ ୨୭୬ ଯାତ୍ରୀଙ୍କ ସହ ମୁମ୍ବାଇ ଫେରିଲା ବିମାନ । ମାନବ ଚାଲାଣ ସନେ୍ଦହରେ ଗତ ୨୧ରୁ ବିମାନ ଅଟକ ଥିଲା । ଫ୍ରାନ୍ସରୁ ବିମାନ ବନ୍ଦରରେ ଅଟକ ରଖିଥିଲେ କର୍ତ୍ତୁପକ୍ଷ । ୩୦୩ ଯାତ୍ରୀଙ୍କୁ ଧରି ଦୁବାଇରୁ ନିକାରାଗୁଆ ଯାଉଥିଲା ବିମାନ ।
୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ରୋମାନିଆର ଏ-୩୪୦ ବିମାନକୁ ଶୁକ୍ରବାର ଠାରୁ ଅଟକ ରଖାଯାଇଥିଲା। ବିମାନଟି ଭେଣ୍ଟ୍ରି ବିମାନ ବନ୍ଦରରେ ଇନ୍ଧନ ଭରିବା ପାଇଁ ଅଟକିଥିବା ବେଳେ ଫ୍ରାନ୍ସ ପୋଲିସ ଅଧିକାରୀମାନେ ମାନବ ଚାଲାଣ ସନ୍ଦେହରେ ବିମାନକୁ ଅଟକ ରଖିଥିଲେ। ବିମାନଟି ଗତ ଗୁରୁବାର ଦୁବାଇରୁ ନିକାରାଗୁଆ ଅଭିମୁଖେ ବାହାରିଥିଲା। ଏହି ଖବର ମିଳିବା ପରେ ଭାରତୀୟ ଦୂତାବାସ ପକ୍ଷରୁ ତୁରନ୍ତ ଫ୍ରାନ୍ସ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login