ଭୁବନେଶ୍ୱର : ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ୪ ଓଡିଆ ଶ୍ରମିକ । ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ୪ ଶ୍ରମିକ । ତପନ ମଣ୍ଡଳଙ୍କୁ ଛାଡି ବାକି ୪ ଶ୍ରମିକ ପହଁଚିଲେ । ତପନ ନିଜ ଭାଇ ସହ ପରେ ଆସି ପହଂଚିବା ସୂଚନା । କିଛି ସମୟ ତଳେ ୪ ଜଣ ଭୁବନଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି ।ଏମାନେ ହେଲେ ମୟୂରଭଞ୍ଜ ତିରିଂ ଥାନା କୁଳଡିହା ଗାଁର ରାଜୁ ନାଏକ, ବାଙ୍ଗିରିପୋଷି ବ୍ଲକ ବେଢାକୁରା ଗାଁର ଧୀରେନ ନାଏକ , ଯୋଗୀବନ୍ଧ ଗାଁର ବିଶେଶ୍ବର ନାଏକ ଓ ନବରଙ୍ଗପୁରର ଭଗବାନ ବତ୍ରା। ରାଜ୍ୟ ଶ୍ରମମନ୍ତ୍ରୀ ଶାରଦା ନାୟକ ଏମାନଙ୍କୁ ବିମାନ ଯୋଗେ ଓଡ଼ିଶା ଆଣିଛନ୍ତି । ରୁଷିକେଶ ସ୍ଥିତ ସମ୍ପକୀୟଙ୍କ ଘରେ ରହିବେ ତପନ ମଣ୍ଡଳ । ଗତ ୨୮ ତାରିଖରେ ଦୀର୍ଘ ୧୭ ଦିନ ପରେ ଏମାନେ ସୁରକ୍ଷିତ ଭାବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିଲେ।
Views: 78