The Ultimate Managed Hosting Platform
ADVERTISEMENT

ଫେରାଇଲେ ଦେଲେ ବିବାହର ଶାଢୀ,ନାଗାଙ୍କ ସହ ଜଡିତ କୌଣସି ସ୍ମୃତି ରଖିବାକୁ ଚାହୁଁ ନାହାନ୍ତି ସାମନ୍ଥା

Facebook
Twitter
LinkedIn

ନୂଆଦିଲ୍ଳୀ : ସାଉଥର ଚର୍ଚ୍ଚିତ ଯୋଡି ସାମନ୍ଥା ଏବଂ ନାଗା ଚୈତନ୍ୟ । ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ । ତେବେ ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ହଠାତ୍ ସେମାନଙ୍କର ଅଲଗା ହେବାର ଖବର ତାଙ୍କର ଫ୍ୟାନ୍ସମାନଙ୍କୁ ଆଶ୍ଚର‌୍ୟ୍ୟ କରିଦେଇଥିଲା। ଏବେ ସାମନ୍ଥା ତାଙ୍କ ବିବାହରେ ପାଇଥିବା ଶାଢୀକୁ ମଧ୍ୟ ଫେରାଇ ଦେଇଛନ୍ତି। ଏହି ଶାଢୀ ନାଗାଙ୍କ ଜେଜେମା’ଙ୍କ ସହ ଜଡିତ ଥିଲା ଏବଂ ସାମନ୍ଥା ନାଗା କିମ୍ବା ତାଙ୍କ ପରିବାର ସହ ଜଡିତ କୌଣସି ଜିନିଷ ରଖିବାକୁ ଚାହୁଁ ନାହାଁନ୍ତି ।

ସୂଚନା ଅନୁଯାୟୀ, ସାମନ୍ଥାଙ୍କ ବନ୍ଧୁ ତଥା ସେଲିବ୍ରିଟି ଡିଜାଇନର୍ କ୍ରେଶା ବଜାଜ ଏହି ବିବାହର ଶାଢୀକୁ ଡିଜାଇନ୍ ଦେଇଥିଲେ। ଏନେଇ ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଉଛି କି ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ସାମନ୍ଥା ତାଙ୍କ ସହ ଜଡିତ କୌଣସି ସ୍ମୃତି ରଖିବାକୁ ଚାହୁଁ ନାହାନ୍ତି । ସାମନ୍ଥା ତାଙ୍କ ବିବାହ ଶାଢୀକୁ ନାଗା ଚୈତନ୍ୟଙ୍କ ନିକଟକୁ ଫେରାଇ ଦେଇଛନ୍ତି। ସାମନ୍ଥା ଆଉ ନାଗାଙ୍କ ପରିବାର ସହିତ ମଧ୍ୟ କୌଣସି ଚିହ୍ନ ରଖିବାକୁ ଚାହୁଁନାହାଁନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login