ନୂଆଦିଲ୍ଲୀ : ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି କି ନୂଆବର୍ଷରେ ସର୍ବପ୍ରଥମେ ଦିଲ୍ଳୀରେ ନିର୍ବାଚନ ହେବ। ଫେବ୍ରୁଆରି ୫ ତାରିଖରେ ଗୋଟିଏ ପର୍ୟ୍ୟାୟରେ ଦିଲ୍ଲୀ ନିର୍ବାଚନ ହୋଇ ଫେବ୍ରୁଆରି ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ।୭୦ ଟି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଏହି ନିର୍ବାଚନ ନୂଆ ଗୃହ ନିର୍ମାଣ ପୂର୍ବରୁ ହିଁ ହେବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଏଯାବତ୍ ପାରମ୍ପରିକ ଭାବେ ଗୋଟିଏ ପର୍ୟ୍ୟାୟରେ ନିର୍ବାଚନ ହୋଇ ଆସିଛି। ତାରିଖ ଘୋଷଣା ପୂର୍ବରୁ ସେ ନିର୍ବାଚନ କମିସନ ବିରୋଧରେ ଆସିଥିବା ଅଭିଯୋଗ ଉପରେ ବି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘‘ଇଭିଏମ୍ ଅନିୟମିତତା, ଭୋଟର୍ ତାଲିକାରେ ଗଡ଼ବଡ଼ ଆଦି ନିର୍ବାଚନ କମିସନ ଉପରେ ଅଭିଯୋଗ ଆସିଛି। ଜନତାଙ୍କ ପ୍ରଶ୍ନରେ ଗଣତନ୍ତ୍ର ପରିପୁଷ୍ଟ ହୁଏ। ଆମେ ସବୁ ପ୍ରଶ୍ନର ଉତ୍ତର ଦେବୁ।’’
Views: 41