ଫିଲିପାଇନ୍ସ: ଫିଲିପାଇନ୍ସରେ ବଡ ଦୁର୍ଘଟଣା । ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରିରେ ଲାଗିଲା ନିଆଁ । ୧୨ ଜୀବନ୍ତ ଦଗ୍ଧ, ୨୦ରୁ ଅଧିକ ଆହତ । ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା । ଏବେ ବି ୭ଜଣ ନିଖୋଜ ଅଛନ୍ତି । ଫିଲିପାଇନ୍ସରେ ୨୫୦ ଲୋକଙ୍କୁ ନେଇ ଯାଉଥିବା ଏକ ଫେରିରେ ନିଆଁ ଲାଗିଯାଇଥିଲା । ଏଥିରେ ଅନେକ ଲୋକ ଜୀବନ୍ତ ଜଳିଯାଇଥିଲେ। ଯାତ୍ରୀବାହୀ ଫେରି ଦକ୍ଷିଣ ଫିଲିପାଇନ୍ସ ସମୁଦ୍ରରେ ଯାତ୍ରା କରୁଥିବା ସମୟରେ ବଲୁକ-ବଲୁକ ଦ୍ୱୀପ ନିକଟରେ ନିଆଁ ଲାଗିଯାଇଥିଲା । କିଛି ଲୋକ ନିଆଁରୁ ବର୍ତ୍ତିବା ପାଇଁ ପାଣିକୁ ଡ଼େଇଁ ପଡିଥିଲେ। ସେମାନେ ଏବେ ନିଖୋଜ ଅଛନ୍ତି । ନିଆଁ ଲିଭାଇବାରେ ବହୁ ଜାହାଜକୁ ଲଗାଯାଇଛି।
Views: 70