The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଫିଲଟର କ୍ୟାମେରା କିଛି ମଣିଷଙ୍କୁ ଖୁସି ଦିଏ
ଦିପ୍ତିମୟୀ ନାୟକ

Facebook
Twitter
LinkedIn

ଆଜିର ଦୁନିଆରେ କଳା ଗୋରାର ପାର୍ଥକ୍ୟ ରହିଛି ଯେମିତି ଇଂରେଜ ଅମଳରୁ ଥିଲା | ଯେତେବେଳେ ଆମେମାନେ କୌଣସି ସଭାସ୍ଥଳୀରେ କହୁଛେ କଳା ଗୋରାର ଭେଦ ଭାବ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯାଇଛି | ସେଠି ଆଜିବି କିଛି ଲୋକ କଳା ଗୋରାର ଭେଦଭାବକୁ ନେଇ ସୋସିଆଲ ମିଡିଆରେ ଅନେକ ଟିପ୍ପଣୀ ଦିଅନ୍ତି | ଯାହା ଦେଖିଲେ କଷ୍ଟ ଲାଗେ ଆଉ ମୁଁ ଭାବିବାକୁ ଲାଗେ ସତରେ ଏମାନେ କେତେ ବିଚିତ୍ର ଲୋକ ନିଜେ ସୁନ୍ଦର ଚେହେରା ପାଇଛନ୍ତି ବୋଲି ଅନ୍ୟର ଚେହେରାକୁ ଦେଖି ଏମାନେ କେତେ ସହଜରେ ଆଉ କେତେ ସୁନ୍ଦର ନିଜର ମତ ରଖୁଛନ୍ତି | ଯେଉଁମାନେ ଅସୁନ୍ଦର ସେମାନଙ୍କୁ ସେମାନଙ୍କ ମତ ସୋସିଆଲ ମିଡ଼ିଆ ମାଧ୍ୟମରେ ପଢି କେମିତି ଲାଗୁଥିବ ସେମାନେ ହୁଏତ କେବେ ଭାବନ୍ତି ନାହିଁ ଆଉ ଯଦି ଭାବିଥାନ୍ତେ ତେବେ ସୋସିଆଲ ମିଡିଆରେ ଯିଏ ଯେଉଁ ଫିଲଟର ପକେଇ ଫୋଟ ଉଠାଉ ତାକୁ ଦେଖି କେବେ କହି ନଥାନ୍ତେ ମଣିଷର ଚରିତ୍ର ଆଉ ବ୍ୟକ୍ତିତ୍ୱ | ଯଦି ଜଣେ ଫିଲଟର ପକେଇ ଫୋଟ ଉଠେଇ ଦେଉଛି ସତରେ କଣ ତା ଚରିତ୍ର ଆଉ ବ୍ୟକ୍ତିତ୍ୱ ଖରାପ ହେଇଯାଉଛି | ଏଟା ସବୁଠାରୁ ବଡ଼ ପ୍ରଶ୍ନ | କାରଣ ଆଜିର ଦୁନିଆରେ ପ୍ରତ୍ୟେକ ଲୋକ ସୁନ୍ଦର ଦେଖାଯିବାକୁ ଚାଁହାନ୍ତି | ପ୍ରତ୍ୟେକ ଲୋକ ବିଭିନ୍ନ ପ୍ରଡକ୍ଟର କସ୍ମାଟିକ କିଣି ନିଜକୁ ସୁନ୍ଦର ଭାବରେ ସଜେଇ ଦିଅନ୍ତି କାରଣ ସେମାନେ ଅନ୍ୟ ମାନଙ୍କ ଭଳି ସୁନ୍ଦର ଦେଖାଯିବେ | ଆଉ ଆଜିର ଦିନରେ ଫିଲଟର କ୍ୟାମେରା ଯେହେତୁ ବାହାରିଛି ତାହାର ବହୁଳ ବ୍ୟବହାର ମଧ୍ୟ ବଢିଛି ଲୋକ ପ୍ରିୟତା ମଧ୍ୟ ହାସଲ କରିଛି |
ଦିନ ଥିଲା ନିଜ ଚେହେରାକୁ ନେଇ ଅନେକ ଲୋକ ଚିନ୍ତିତ ରହୁଥିଲେ ଆମେ କେମିତି ଅନ୍ୟ ମାନଙ୍କ ଭଳି ସୁନ୍ଦର ଦେଖାଯିବା ଲୋକମାନେ ବି ଆମକୁ କେମିତି ଭଲ ପାଇବେ | କାହିଁକି ନା ଆଜିର ଦିନରେ ଯିଏ ସୁନ୍ଦର ତା ସହ ଲୋକ ମିଶିବାକୁ ବହୁତ ପସନ୍ଦ କରନ୍ତି | କିନ୍ତୁ ହଁ ସମସ୍ତେ ବଡ଼ ବଡ଼ କଥା କୁହନ୍ତି ଚେହେରାରୁ କଣ ମିଳେ ମ ଯଦି ହୃଦୟ ସଫା ଥାଏ | ହେଲେ ନା ଏସବୁ କେବଳ କହିବା କଥା ଏଠି ଲୋକ ସେହି ମାନଙ୍କ ସହ ମିଶନ୍ତି ଯିଏ ସୁନ୍ଦର ଦେଖାଯାଆନ୍ତି | ଆଜିର ଦିନରେ ଫିଲଟର କ୍ୟାମେରା ହିଁ କିଛି ଲୋକଙ୍କୁ ଖୁସି ଦେଉଛି | ସେମାନଙ୍କ ଉଦାସୀନତାକୁ ଦୂର କରି ସେମାନଙ୍କ ଓଠରେ ହସ ଭରି ଦେଇଛି | କିନ୍ତୁ ମଣିଷ ସ୍ଵଭାଵ ଭାରି ବିଚିତ୍ର ସେ ନିଜେ ସୁନ୍ଦର ଦେଖାଗଲେ ଭଲ ଆଉ ତା ଆଖିରେ ଅନ୍ୟ କେହି ଜଣେ ଯେତେ ସୁନ୍ଦର ଦେଖାଗଲେ ବି ଖରାପ କାହିଁକି କହିଲ ତା ଇଗୋ କୁ ହର୍ଟ ହୋଇଯାଏ | ସେ ସବୁବେଳେ ଚେଷ୍ଟା କରୁଥାଏ ଅନ୍ୟ ମାନଙ୍କୁ ଯେକୌଣସି ନା ଯେକୌଣସି କଥା କହି ନିର୍ଚ୍ଚା ଦେଖାଇବ | କିନ୍ତୁ ଏଥିରେ କିଛି ଲାଭ ନଥାଏ କି କ୍ଷତିର କିଛି ହିସାବ ନିକାସ ନଥାଏ ତଥାପି ସେହି ମଣିଷ ମାନେ ଅନ୍ୟକୁ ଟିକେ ତଳେ ପକେଇବାକୁ ଚେଷ୍ଟା କରନ୍ତି | ସମାଜ ଆଗରେ ସେମାନେ ଯଦି ଭଲ ହେଲେ ଭଲ ଦେଖାଗଲେ ଭଲ କିନ୍ତୁ ତାଙ୍କ ଆଖି ଆଗରେ ଆଉ କିଏ ଟିକେ ଭଲ ଦେଖାଗଲେ କଥା ସରିଲା |
କାହାର ଚେହେରାକୁ ନେଇ କୌଣସି ବ୍ୟକ୍ତି ନିଜର ବ୍ୟକ୍ତିଗତ ମତ ରଖ ନାହିଁ | କାରଣ ମୋ ଆଖିରେ ସମସ୍ତେ ସୁନ୍ଦର ଆଉ ଯେତେବେଳେ କୌଣସି ବ୍ୟକ୍ତିଙ୍କର କୌଣସି ବ୍ୟକ୍ତିଗତ ମତ କୌଣସି ବ୍ୟକ୍ତିବିଶେଷଙ୍କ ପାଇଁ ଥାଏ | ସେତେବେଳେ ମୋତେ ବହୁତ ଦୁଃଖ ଲାଗେ | କାରଣ କିଛି ଲୋକ ଅନ୍ୟ ମାନଙ୍କୁ କୁହନ୍ତି ନିଜର ଚେହେରାକୁ ଫିଲଟର କ୍ୟାମେରାରେ ଗୋଡେଇ ଦେଲ ନିଜ ଚରିତ୍ରକୁ କେମିତି ଘୋଡ଼େଇକି ରଖିବ | ତେବେ ସେମାନଙ୍କ ପାଇଁ ଗୋଟେ କଥା ଫିଲଟର କ୍ୟାମେରା କେବଳ ମଣିଷକୁ ଗୋରା କରିଦିଏ କିନ୍ତୁ ତା ହୃଦୟ ଆଗରୁ ଯେମିତି ଥାଏ ସେମିତି ଥାଏ | ସେ କୌଣସି ବହୁମୂଖୀ ପ୍ରତିଭା ନଥାଏ ଯେ ଅନ୍ୟ ମାନଙ୍କ ଠାରୁ ବାଃ ବାଃ ଶୁଣିବାପାଇଁ ଅନ୍ୟ ମାନଙ୍କୁ ନିର୍ଚ୍ଚା ଦେଖାଉଥାଏ | ବରଂ ସେ ସେୟା କରେ ଯେତେବେଳେ ଯାହା ତା ମନ କୁହେ | ଫିଲଟର କ୍ୟାମେରା ତ ଏକ ମାଧ୍ୟମ ନିଜେ ନିଜକୁ ଟିକେ ସୁନ୍ଦର ଦେଖିବାକୁ ହେଲେ ସେ ସତରେ ସୁନ୍ଦର ଥାଏ ଯେମିତି ତା ମନ ଆଗରୁ ସୁନ୍ଦର ଥିଲା | ଏ ଦୁନିଆରେ ପ୍ରତ୍ୟେକ ଲୋକ ସମାନ ନୁହଁନ୍ତି | କି ପ୍ରତ୍ୟେକ ଲୋକଙ୍କ ଭାବନା ସମାନ ନଥାଏ | ହେଲେ ଆଜିର ଲୋକ କଳା ଚେହେରାକୁ ଦେଖି ହତ ଆଦର କରିବେ ଆଉ ଦରକାର ପଡିଲେ ଗୋଡ଼ ତଳେ ପଡିବେ | ଅନେକ ସମୟରେ ଏମାନେ କଳା ଗୋରାର ପାର୍ଥକ୍ୟ ଖୋଜି ନିଜେ ଧୋକା ଖାଆନ୍ତି ଶେଷରେ ସମସ୍ତଙ୍କୁ ଧୋକେବାଜ ମଣିଷ ଭାବନ୍ତି | କିନ୍ତୁ ଥରେ ଭାବ କାହାର ଚରିତ୍ର ଆଉ ବ୍ୟକ୍ତିତ୍ୱ ଉପରକୁ ଯଦି ତମେ ଆଙ୍ଗୁଳି ଉଠେଇ କହୁଛ ତେବେ ନିଜେ ନିଜର ଚରିତ୍ର ଆଉ ବ୍ୟକ୍ତିତ୍ୱ ଉପରକୁ କାହିଁକି ସେହି ଆଙ୍ଗୁଳି ଉଠାଉନ | ଗୋଟେ କଥା ମନେ ରଖନ୍ତୁ ବନ୍ଧୁ ଧଳା ସାର୍ଟ ପିନ୍ଧିଦେଲେ ଧଳା ହାର୍ଟ ହୋଇଯାଏନି ବରଂ ହୃଦୟକୁ ବି ସଫା ରଖିବାକୁ ପଡେ | ତେଣୁ ଯିଏ ଯେଉଁ ଫିଲଟର ବ୍ୟବହାର କରି ଫୋଟ ଉଠାଉଛନ୍ତି ତାଙ୍କୁ ଆକ୍ଷେପ କରି କହିବା ଭୁଲ | କାରଣ ସମସ୍ତଙ୍କର ବି ଗୋଟେ ମନ ଅଛି | ଆଉ ଆଜିର ଦିନରେ ସେଥିପାଇଁ ତ ଫିଲଟର କ୍ୟାମେରାର ଚାହିଦା ବଢିଛି | ଲୋକ ଦେଖିଲେ ଜାଣୁଛନ୍ତି ଏଟା କେଉଁ କ୍ୟାମେରା ଆଉ କେଉଁ ଫିଲଟର ତେଣୁ ଲୋକଙ୍କ ଫିଲଟର ଦେଖି ତାଙ୍କ ଚରିତ୍ର କିପରି ନିଜେ ନିଜେ କହିବା ଭୁଲ | ହୁଏତ ତୁମେ ବଡ଼ ପଦବୀରେ ରହି ବଡ଼ ବଡ଼ କଥା କହିପାର କିନ୍ତୁ କୌଣସି ଲୋକଙ୍କୁ ଆକ୍ଷେପ କରି କହିବା ଭୁଲ | କାହାର ବ୍ୟକ୍ତିତ୍ୱ ଆଉ କାହାର ଚରିତ୍ର ଉପରେ ଦାଗ ଲଗେଇବା ଅପେକ୍ଷା ଜାଣିକି ନିଜ ଦେହରେ ଥରେ ଦାଗ ଲଗେଇ ଦେଖନା କେମିତି ଲାଗୁଛି | ମୋ ଆଖିରେ ସମସ୍ତେ ସୁନ୍ଦର ମୁଁ କାହା ଚେହେରା ଦେଖେନି ବରଂ ହୃଦୟ ଦେଖି ହୃଦୟରୁ ବନ୍ଧୁତା କରିଦିଏ | କିନ୍ତୁ ନିଜକୁ ଯେତେବେଳେ ବିରକ୍ତ ଲାଗେନା ନିଜେ ନିଜେ ଫିଲଟର କ୍ୟାମେରା କାଢି ସେଲ୍ଫି ନେଇଯାଏ ତ ଆଉ କେତେବେଳେ ସାଙ୍ଗସାଥିଙ୍କ ସହ ଫଟୋ ଉଠାଇ ଦିଏ | ଠିକ ସେମିତି ପ୍ରତ୍ୟେକ ଲୋକ ଯେତେବେଳେ ନିଜକୁ ବହୁତ ଏକୁଟିଆ ଅନୁଭବ କରନ୍ତି ସେତେବେଳେ ଏହି ଫିଲଟର କ୍ୟାମେରା ଲୋକମାନଙ୍କୁ ହସାଇ ଦିଏ ଆଉ ମାନସିକ ଚିନ୍ତାରୁ ମୁକୁଳି କେତେବେଳେ ରିଲସ କରୁଥାଏ ତ କେତେବେଳେ ଫୋଟ ଉଠେଇବାରେ ବ୍ୟସ୍ତ ରହିଯାଇଥାଏ | ଆଉ ଏହି ଫିଲଟର କ୍ୟାମେରା ଆଜିର ଦିନରେ କୌଣସି ଲୋକଙ୍କୁ କେବେ ଅନୁଭବ କରିବାକୁ ଦେଇନି ଯେ ତୁମେ ଅସୁନ୍ଦର | ବରଂ ଏହି ଫିଲଟର କ୍ୟାମେରା ସମସ୍ତଙ୍କୁ ସୁନ୍ଦର ଦେଖାଯିବାର ସମସ୍ତଙ୍କ ମାନସିକ ଦୁଶ୍ଚିନ୍ତା ଦୂର କରି ସମସ୍ତଙ୍କୁ ସୁନ୍ଦର ଦେଖାଯିବାର ମନୋବଳ ଦୃଢ କରିଛି |

ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login