ସମ୍ବଲପୁର : ପିଏଚଡି ପାଇପ ଫାଟିଯିବାରୁ ପ୍ରାୟ ୭୦୦ ବସ୍ତା ଧାନ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ସମ୍ବଲପୁର ଭତରା ହସ୍ପିଟାଲ ରୋଡ ପାଖ ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ଖଳାରେ ଏଭଳି ଘଟଣା ଘଟିଛି । ଗତକାଲି ରାତି ୧୦ଟାରୁ ପାଇପ ଫାଟି ପାଣି ଲିକେଜ ହୋଇ ପ୍ରାୟ ୭ଲକ୍ଷ ଟଙ୍କାର ଧାନ ନଷ୍ଟ ହୋଇଯାଇଛି । ଏବେ ଭିଜା ଧାନକୁ ନେଇ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏହି ଧାନ ଆଉ ବିକ୍ରି ହୋଇପାରିବ ନାହିଁ । ପିଏଚଡି ଅଧୀନରେ ଥିବା ଶିବଶକ୍ତି ଠିକା ସଂସ୍ଥାର ଭୁଲ ପାଇଁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି କୁବେର ଭୁକ୍ତା ।
Views: 46











