The Ultimate Managed Hosting Platform
ADVERTISEMENT

ଫାଙ୍କା ଗୁଳି କରି ଲୁଟିନେଲେ ଟଙ୍କା ଓ ସୁନା ଗହଣା

Facebook
Twitter
LinkedIn

କଟକ : କଟକରେ ଫାୟାରିଂ । କଟକର କନ୍ଦରପୁର ନିକଟ ମତ୍ତଗଜପୁର ଠାରେ ଡକାୟତି ପାଇଁ ଗୁଳିମାଡ଼ । ଫାଙ୍କା ଗୁଳି କରି ବିକାଶ ପାତ୍ର ନାମକ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ ୨୫ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ କନ୍ଦରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ ମତ୍ତଗଜପୁର ହାଟସାହି ବାସିନ୍ଦା ବିକାଶ ପେଶାରେ ଜଣେ ସୁନା ବ୍ୟବସାୟୀ। ଏକ ବାଇକ ଯୋଗେ ମତ୍ତଗଜପୁର ଦେଇ ବ୍ୟବସାୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ ୩ଟି ଦୁଇ ଚକିଆ ଯାନରେ ଆସିଥିବା ୪ ଜଣ ଦୁର୍ବୃତ୍ତ ତାଙ୍କ ଅଟକାଇବା ସହ ୪ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ବିକାଶଙ୍କୁ ଭୟଭିତ କରିଥିଲେ । ଏହା ପରେ ବିକାଶଙ୍କ ପାଖରେ ଥିବା ପ୍ରାୟ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ । ଖବର ପାଇ କନ୍ଦରପୁର ପୋଲିସ ଓ ସ୍ପେସାଲ ସ୍କାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login