The Ultimate Managed Hosting Platform
ADVERTISEMENT

ଫାଇନାଲରେ ଭାରତ

Facebook
Twitter
LinkedIn

ମୁମ୍ବାଇ : ଭାରତର ବଡ ବିଜୟ । କିବ୍ୱି ଟିମକୁ ମାତ ଦେଇକ୍ତି ଭାରତ । ୨୦୨୩ ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି ମାରିଛି ଭାରତ । ଲଗାତାର ୧୦ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି।ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂରେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଛି । ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ୍ବି ଜିତି ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।


୩୯୮ ରନର ପିଛା କରି ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ମହମ୍ମଦ ସାମିଙ୍କ ବଲରେ ଘାଇଲା ହୋଇଥିଲା । ମାତ୍ର ୩୯ ରନରେ ଦଳର ଦୁଇ ଓପନର ପାଭିଲିୟନ ଫେରି ଯାଇଥିଲେ। ହେଲେ କେନ୍ ୱିଲିୟମସନ୍ ଏବଂ ଡାରିଲ ମିଚେଲ ଦମଦାର ବ୍ୟାଟିଂ ଭାରତକୁ କିଛି ସମୟ ଚିନ୍ତା ରେ ପକେଇଦେଇଥିଲ। ଦୁହେଁ ପାର୍ଟନରସିପ କରି ନ୍ୟୁଜିଲାଣ୍ଡର ପାଳିକୁ ସମ୍ଭାଳିଥିଲେ । ତେବେ ୭୩ ବଲରେ କେନ୍ ୱିଲିୟମସନ ୬୯ ରନ୍ କରିଥିବା ବେଳେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଡାରିଲ ମିଚେଲ । ଲିଗ୍ ଷ୍ଟେଜରେ ମିଚେଲ ୧୧୯ ବଲ ରେ ୧୩୪ ରନର ପାଳି ଖେଳିଥିଲେ ।ସେହିପରି ଗ୍ଲେନ୍ ଫିଲିପସ ୩୩ବଲ ରେ ୪୧ ରନ କରିଥିଲେ।
ଭାରତ ପକ୍ଷରୁ ସାମି ୭ଟି ୱିକେଟ, ବୁମରା, ସିରାଜ, କୁଲଦୀପ ୧ଟି ୱିକେଟ ନେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login