ସମ୍ବଲପୁର : ବନ୍ଧୁକ ମୁନରେ ଲୁଟି ନେଲେ ୩୦ କେଜି ସୁନା ଅଳଙ୍କାର । ସମ୍ବଲପୁର ଅଇଁଠାପାଲିର ଏକ ଫାଇନାନ୍ସ କମ୍ପାନୀରୁ ସଶସ୍ତ୍ର ଡକାୟତି ହୋଇଛି । ୩୦ କେଜିର ସୁନା ଅଳଙ୍କାର ଲୁଟିନେଲେ ଲୁଟେରା । ଘଟଣାସ୍ଥଳରେ ଅଇଁଠାପାଲି ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁସାରେ ଶୁକ୍ରବାର ଭୋର୍ ସମୟ । କିଛି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବୁଢାରାଜା ମାନାପୁରମ ବ୍ରାଞ୍ଚରେ ପଶିଲେ । ଭିତରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହା ପରେ ସେଠାରେ ଥିବା ପ୍ରାୟ ୩୦ କେଜି ସୁନା ଲୁଟି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଥାନାରେ ଅଭିଯୋଗ ପରେ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରଖିଛି ପୋଲିସ ।
Views: 26