ପାଟନା: ଲୋକସଭା ନିର୍ବାଚନ ସମୟରେ ଭୋଜପୁରୀ ତାରକା ପୱନ ସିଂଙ୍କୁ ଏକ ବଡ଼ ଝଟକା ଲାଗିଛି। ବିଜେପି ରାଜ୍ୟ କାର୍ୟ୍ୟକାରିଣୀ କମିଟିର ସଦସ୍ୟ ଥିବା ପୱନ ସିଂଙ୍କୁ ବହିଷ୍କାର କରି ଦଳ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ଯେଉଁଥିରେ ଲେଖାଯାଇଛିଳ ଆପଣ ଲୋକସଭା ନିର୍ବାଚନରେ ଏନଡିଏର ପ୍ରାଧିକୃତ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି କାର୍ୟ୍ୟ ପାର୍ଟି ବିରୋଧୀ, ଯାହା ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି ଏବଂ ଆପଣ ପାର୍ଟି ଶୃଙ୍ଖଳା ବିରୁଦ୍ଧରେ ଏହା କରିଛନ୍ତି। ତେଣୁ ପାର୍ଟି ବିରୋଧୀ କାର୍ୟ୍ୟ ପାଇଁ ପ୍ରଦେଶ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ଆପଣଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିହାରର ହଟ୍ ସିଟ୍ କାରାକାଟରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୱନ ସିଂଙ୍କୁ ବିଜେପି ବହିଷ୍କାର କରିଛି। ବର୍ତ୍ତମାନ ପୱନ ସିଂ ଆଉ ବିଜେପିର ସଦସ୍ୟ ନୁହଁନ୍ତି ବୋଲି ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Views: 51