ନୂଆଦିଲ୍ଲୀ : ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦି । ୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି । ତାଙ୍କୁ ସେଠାକାର ଓର୍ଲି ବିମାନବନ୍ଦରରେ ଜୋରଦାର ସ୍ବାଗତ କରିଛନ୍ତି ପ୍ରବାସୀ ଭାରତୀୟ । ପ୍ରଧାନମନ୍ତ୍ରୀ ସେମାନଙ୍କ ନିକଟକୁ ଯାଇ ହାତ ମିଳାଇଥିଲେ । ରାତିରେ ରାଷ୍ଟ୍ରପତି ମାକ୍ରନଙ୍କ ସହ ଡିନର ପାର୍ଟିରେ ସାମିଲ ହୋଇଥିଲେ । ଏଥିରେ ଅନ୍ୟ ଦେଶର ଶୀର୍ଷ ନେତା ବି ଯୋଗଦେଇଥିଲେ । ଫ୍ରାନ୍ସର ପ୍ରିସଦ୍ଧ ଏଲିସି ପ୍ୟାଲେସରେ ଡିନର କାର୍ୟ୍ୟକ୍ରମ ହୋଇଥିଲା । ଆଜି ଏଆଇ ଆକ୍ସନ ସମିଟ-୨୦୨୫ରେ ରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହିତ ମିଶି ମୋଦି ସହ ଅଧ୍ୟକ୍ଷତା କରିବେ । ମାକ୍ରନଙ୍କ ସହ ଦ୍ବିପାକ୍ଷିକ ବୈଠକରେ ବି ଯୋଗଦେବେ । ସମ୍ମିଳନୀରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଚୀନର ଉପପ୍ରଧାନମନ୍ତ୍ରୀ ବି ଯୋଗଦେବେ । ଏହା ମୋଦିଙ୍କ ସପ୍ତମ ଫ୍ରାନ୍ସ ଗସ୍ତ । ଏହାପରେ ଆସନ୍ତାକାଲି ସେ ଆମେରିକା ଗସ୍ତ କରି ୱାସିଂଟନ ଡିସିରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ଏବଂ ତାଙ୍କର ଆମେରିକା ଗସ୍ତ ଭାରତ-ଆମେରିକା ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ ।
ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ମାକ୍ରନଙ୍କ ସହ ଶିଖର ସମ୍ମିଳନୀରେ ଯୋଗଦେବେ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...