ପ୍ରୟାଗରାଜ : ମହାକୁମ୍ଭ ମେଳାରେ ବଡ଼ଧରଣର ଅଘଟଣ । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ବେଳେ ଦଳାଚକଟା । ଆଜି ପ୍ରୟାଗରାଜ ମହାକୁମ୍ଭରେ ମୌନୀ ଅମାବାସ୍ୟା ପୂର୍ବରୁ ବିଳମ୍ବିତ ରାତିରେ ସଙ୍ଗମ ସ୍ଥଳରେ ଘଟିଛି ଏହି ଅଘଟଣ । ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଶତାଧିକ ଲୋକ ଆହାତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି । ମାତ୍ର ବିଳମ୍ବିତ ରାତ୍ରିରେ ହଠାତ୍ ଦଳାଚକଟା ହୋଇଥିଲା। ଯଦିଓ ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି, ତଥାପି ଆଖଡା ପରିଷଦର ସହମତି କ୍ରମେ ଆଜି ମୌନୀ ଅମାବାସ୍ୟାରେ ପବିତ୍ର ସ୍ନାନକୁ ବାତିଲ କରିଦିଆଯାଇଛି। ଏବେ ବସନ୍ତ ପଞ୍ଚମୀରେ ସମାନ ସ୍ନାନ ହେବ। ଏହା ସହିତ ଆଖଡ଼ା ପରିଷଦ ମଧ୍ୟ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛି ଏବଂ ଭକ୍ତମାନଙ୍କୁ ସହଯୋଗ ପାଇଁ ନିବେଦନ କରିଛି। ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି, ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ବାହାରେ ବ୍ୟାରିକେଡ୍ କରି ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ ଘଟଣା ସମ୍ପର୍କରେ ବୁଝି ଦୁଃଖ ପ୍ରକାଶ କରିବା ସହ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡରୁ ଦଳାଚକଟା, ୧୫ରୁ ଅଧିକ ଶ୍ରଦ୍ଧାଳୁଙ୍କ ଚାଲିଗଲାଣି ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...