ପ୍ରୟାଗରାଜ : ପ୍ରୟାଗରାଜର ଗୋଟିଏ ସ୍ଥାନରେ ଦୁଇଟି ଦୁର୍ଘଟଣା ।କୁମ୍ଭମେଳାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୮ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି । କୁମ୍ଭ ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍ ।ଖବର ମୁତାବକ, ଦୁର୍ଘଟଣାଟି ଜୌନପୁର ବଦଲାପୁରରେ ଘଟିଛି । ଡବଲ ଡେକର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ଭୋରରୁ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି । ଶ୍ରଦ୍ଧାଳୁଙ୍କ ଡବଲ ଡେକର ବସ୍ ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିବା ବେଳେ ପଛରୁ ବସ୍ ଧକ୍କା ଦେଇଥିଲେ ।ଏହି ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଏମାନେ ୧୫ ଫେବୃଆରୀରୁ ଦିଲ୍ଲୀର କରୋଲ ବାଗରୁ ବାହାରିଥିଲେ ।ସେହିପରି ବଦଲାପୁରରେ ଆଉ ଏକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଏବଂ ସୁମୋ ଧକ୍କା ହୋଇଛି । ଏଥିରେ ଫଳରେ ୩ ମହିଳା ସମେତ ୮ ଜଣ ଯାତ୍ରୀ ଥିଲେ । ଏଥିରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଏମାନେ କାଶୀ ବିଶ୍ବନାଥରୁ ବାରଣାସୀ ଆସୁଥିଲେ । ଏମାନେ ସମସ୍ତେ ଅଯୋଧ୍ୟା ଭଗବାନ ରାମଙ୍କ ଦର୍ଶନ କରିବାକୁ ଯାଉଥିଲେ । ତେବେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରୟାଗରାଜର ଗୋଟିଏ ସ୍ଥାନରେ ଦୁଇଟି ଦୁର୍ଘଟଣା, ଚାଲିଗଲା ୯ ଜଣଙ୍କ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











