The Ultimate Managed Hosting Platform
ADVERTISEMENT

ପ୍ରେମୀ ଯୁଗଳଙ୍କୁ ଉଦ୍ଧାର ବେଳେ ପୋଲିସ ହଟହଟା

Facebook
Twitter
LinkedIn

କଣ୍ଟାବାଞ୍ଜି : ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ ଲୋକେ-ପୋଲିସ ମୁହାଁମୁହିଁ । ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ପୋଲିସ ସହ ଧସ୍ତାଧସ୍ତି । ୫ ଦିନ ତଳେ ପୁଅ-ଝିଅ ଫେରାର ଥିଲେ । ଏ ନେଇ ଝିଅ ଘର ଲୋକେ ଲିଖିତ ଅଭିଯୋଗ କରିଥିଲେ । ସୂଚନା ପାଇ ପୋଲିସ ଏକ ଘରୁ ଉଭୟଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର କରି ନେବା ବେଳେ ଉତ୍ତେଜନା . ପୁଅକୁ ଆକ୍ରମଣ ଉଦ୍ୟମ । ଝିଅ ଘର ଲୋକ ଆକ୍ରମଣ କରିବା ବେଳେ ଅଟକାଇବାରୁ ପୋଲିସ ସହ ଧସ୍ତାଧସ୍ତି । ପୋଲିସକୁ ଆକ୍ରମଣ ଅଭିଯୋଗରେ ଥାନାରେ ମାମଲା ରୁଜୁ । ପୋଲିସ ସହ ଗାଁ ଲୋକଙ୍କ ଧସ୍ତାଧସ୍ତି ହୋଇଥିବା ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଭିଡ଼ିଓରେ ବଙ୍ଗୋମୁଣ୍ଡା ଏସଆଇଙ୍କୁ କିଛି ଯୁବକ ଆକ୍ରମଣ କରୁଥିବା ବେଳେ ଏସଆଇ ବାବୁ ମଧ୍ୟ ଯୁବକଙ୍କୁ ଆକ୍ରମଣ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ , ଝିଅ ନିଖୋଜ ଥିବା ନେଇ ପରିବାର ଲୋକ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ପ୍ରେମୀଯୁଗଳଙ୍କୁ ଧରିବା ପାଇଁ ବିରୀପାଲି ଗାଁକୁ ଯାଇଥିଲେ । ଏହି ସମୟରେ ଗାଁ ଲୋକଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login