ନୂଆଦିଲ୍ଲୀ : ଦେଶରେ ବଢୁଛି କୋଭିଡ ସଂକ୍ରମଣ ମାମଲା । ଏହାରି ମଧ୍ୟରେ ସରକାର ଆଲର୍ଟ ମୋଡରେ ରହିଛନ୍ତି । ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରୁଥିବା ମନ୍ତ୍ରୀମାନଙ୍କୁ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ଅଫିସିଆଲ କିଛି କୁହାଯାଇନାହିଁ । ଦେଶରେ କରୋନା ମାମଲା ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥାରେ ବୋଲି ଅନୁମାନ କରାଯାଉଛି । ଏକ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଆସୁଥିବା ମନ୍ତ୍ରୀମାନେ ଆରଟି-ପିସିଆର ପରୀକ୍ଷା କରିବାକୁ ହେବ । ବର୍ତ୍ତମାନ ଆଜି ସୁଦ୍ଧା ଦେଶରେ କରୋନା ସଂକ୍ରମିତ ମାମଲା ୭୧୨୧କୁ ବଢିଛି ।
Views: 24