The Ultimate Managed Hosting Platform
ADVERTISEMENT

ପ୍ରହସନ ସାଜିଛି, ବେସଲାଇନ୍ ପରୀକ୍ଷା ।

Facebook
Twitter
LinkedIn

ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ। ଶିକ୍ଷା ବ୍ୟବସ୍ଥା ଉପରେ ଦେଶର ଭବିଷ୍ୟତ ନିର୍ଭର କରିଥାଏ। ସରକାର ଓ ଶିକ୍ଷାବିଭାଗ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ପାଇଁ କୋଟିକୋଟି ଟଙ୍କା ସାରି ସ୍ୱଚ୍ଛ ଓ ମଡେଲ ଶିକ୍ଷା ବ୍ୟବସ୍ଥା ଲାଗୁ କରୁଚନ୍ତି ବୋଲି ନାରା ଦେଉଛନ୍ତି। ମାତ୍ର ଶିକ୍ଷାବ୍ୟବସ୍ଥାର ପରିବର୍ତ୍ତନ ଆସିବା ବଦଳରେ, ତ୍ରୁଟିପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା ଓ ବିଭାଗର ଦାୟିତ୍ଵ ହୀନତା ପାଇଁ ବିପଦରେ ଦେଶ ଓ ରାଜ୍ୟର ଭବିଷ୍ୟତ। କୋଭିଡ ପାଇଁ ପିଲାଙ୍କ ପାଠପଢା ବାଧା ପ୍ରାପ୍ତ ହୋଇଥିଲା। ତେବେ ଶିକ୍ଷା କ୍ଷେତ୍ରରେ ପିଲାଙ୍କ ମାନଦଣ୍ଡ ଓ ଦକ୍ଷତା ମାପିବାପାଇଁ ସାରା ରାଜ୍ୟରେ ପ୍ରତେକ ସରକାରୀ ସ୍କୁଲ ରେ ତୃତୀୟ ରୁ ନବମ ଶ୍ରେଣୀ ଛାତ୍ରଛାତ୍ରିଙ୍କ ପାଇଁ ବେସ ଲାଇନ୍ ପରୀକ୍ଷା ୨୮ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ହେବ।ମାତ୍ର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ଏପରିକି ଇୟୁଟୁବରେ ପ୍ରଶ୍ନ ପତ୍ରର ଅବିକଳ ନକଲ ଓ ଉତ୍ତର ମିଳୁଥିବା ବେଳେ, ଜେରକ୍ସ ଦୋକାନରେ ମଧ୍ୟ ପ୍ରଶ୍ନପତ୍ର ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଏପରିକି ଉଭୟ ସରକାରୀ ବେସରକାରୀ ଶିକ୍ଷକଙ୍କ ବେସ ଭିଡ ଦେଖିବାକୁ ମିଳିଥିଲା। ତେବେ ଚଳିତ ପରୀକ୍ଷାରେ ବସ୍ତା ବ୍ଲକର ମୋଟ ୨୪୦ ଟି ବିଦ୍ୟାଳୟର ୧୯୨୪୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଅଧିକାଂଶ ପିଲା ପ୍ରଶ୍ନପତ୍ର ପାଇଥିବା ଜଣା ପଡ଼ିଛି।

ଯାହାକୁ ନେଇ ମେଧାବୀ ଛାତ୍ରଛାତ୍ରୀ, ସଚେତନ ଅଭିଭାବକ, ଶିକ୍ଷାବିତ୍,ବୁଦ୍ଧିଜୀବୀ ଶିକ୍ଷା ବିଭାଗର ସ୍ୱଚ୍ଛତା ଓ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହିତ ପରୀକ୍ଷା ନାମରେ ଏଭଳି ପ୍ରହସନ ବନ୍ଦ କରାଯାଉ ବୋଲି ଦୃଢ଼ ଦାବି କରିଛନ୍ତି। ତାହା ନହେଲେ ଦେଶର ଭବିଷ୍ୟତ ତଥା ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ ଅନ୍ଧାର କୁ ଠେଲି ହୋଇଯିବ। ଏନେଇ ବାଲେଶ୍ଵର ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଷ୍ଣୁଚରଣ ସୁତାରଙ୍କୁ ମୋବାଇଲ ଯୋଗେ ବାରମ୍ବାର ଯୋଗାଯୋଗ କରିଥିଲେ ବି ସେ କୌଣସି ଉତ୍ତର ମିଳିପାରି ନଥିଲା।


ତେବେ ବସ୍ତା ଗୋଷ୍ଠୀ ଶିକ୍ଷାଧିକାରୀ ଲଲାଟେନ୍ଦୁ ଜେନା କହିଛନ୍ତିକି ପ୍ରଶ୍ନପତ୍ର ହୁଏତ ଭାଇରାଲ ହୋଇଥାଇ ପାରେ, ମାତ୍ର ବସ୍ତା ଅଞ୍ଚଳରୁ ଭାଇରାଲ ହୋଇ ନାହିଁ । ତେବେ ଶିକ୍ଷାବିଭାଗ, ପ୍ରଶାସନ, ସରକାର କେବେ କି ପ୍ରକାର ପଦଖେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା।


ବାଲେଶ୍ଵର ରୁ ଅଜିତ କୁମାର ସାହୁ,ଶପଥ ନୀୟୁଜ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login