The Ultimate Managed Hosting Platform
ADVERTISEMENT

ପ୍ରସବ କଲେ ଦଶମ ଛାତ୍ରୀ

Facebook
Twitter
LinkedIn

ଚିତ୍ରକୋଣ୍ଡା : ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ । ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ ପ୍ରସବ କଲେ । ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟର ଘଟଣା । ଖବର ପାଇ ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲା ପୋଲିସ । ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଦାୟୀ କଲେ ଛାତ୍ରୀଙ୍କ ବାପା ମା । ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଫୋନ କରି ତମର ଝିଅ ଦିଶୁନାହିଁ କହିଥିଲେ। ତୁରନ୍ତ ସ୍କୁଲକୁ ଆସିବାକୁ କହିଥିଲେ। ବାପା ଓ ମାଆ ସ୍କୁଲ ଯାଇ ଝିଅ ସମ୍ପର୍କରେ ପଚାରିବାରୁ ସେମାନେ ଏକ ବଡ଼ ଘଟଣା ଘଟିଥିବା କହିଥିଲେ। ତୁମ ଝିଅ ଏକ ଛୁଆ ଜନ୍ମ କରିଛି। ଏହି କଥା ଶୁଣି ବାପାଙ୍କ ମୁଣ୍ଡ ଘୁରାଇ ଯାଇଥିଲା। ମେଡ଼ିକାଲ ଆସି ପରିବାର ଲୋକେ ଦେଖିଥିଲେ। ବାପାଙ୍କ କହିବା ଅନୁଯାୟୀ ଝିଅ ଘରକୁ ଆସିନାହିଁ। ସେ ହଷ୍ଟେଲରେ ରହି ପାଠ ପଢୁଥିଲା। ଝିଅ ସହ ପରୀକ୍ଷା ପୂର୍ବରୁ କଥା ହୋଇଥିଲି। ସେଭଳି କୌଣସି ଝିଅ କହି ନଥିଲା କି ମୁ ଜାଣିପାରିନଥିଲି। ତେବେ ଝିଅ କିପରି ଗର୍ବବତୀ ହେଲା ସେ କିଛି ଜାଣି ନଥିବା ବେଳେ ଏହାର ପ୍ରଶାସନ ତଦନ୍ତ କରନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି। ତେବେ ସ୍କୁଲ କର୍ତ୍ତୃପକ୍ଷ କିପରି ଛାତ୍ରୀ ଗର୍ଭବତୀ ଥିବା ଜାଣିପାରିନଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ପ୍ରତି ମାସରେ ଏଏନଏମ ଆସି ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି। ସେ ବି କିପରି ଜାଣି ପାରିଲେ ନାହିଁ, ତାକୁ ନେଇ ବି ପ୍ରଶ୍ନ ଉଠିଛି। ଅନ୍ୟ ଦିଗରେ ସ୍କୁଲ ର ପ୍ରଧାନ ଶିକ୍ଷକ ଛାତ୍ରୀ ବିଦ୍ୟାଳୟ ଆସିନଥିବା ଅଭିଯୋଗ କରିଛନ୍ତି। ତେବେ କିଏ ସତ କହୁଛି ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login