ଯାଜପୁର : ମେଡିକାଲରେ ପ୍ରସବ କଲେ ଆଉ ଜଣେ ଦଶମ ଶ୍ରେଣୀ ଛାତ୍ରୀ । ବରୀ ବ୍ଲକ ଅଞ୍ଚଳର ୧୦ମ ଶ୍ରେଣୀ କନ୍ୟା ସନ୍ତାନ ଜନ୍ମ ଦେଲେ । ବରୀ ମେଡିକାଲରୁ ଛାତ୍ରୀ ଜଣଙ୍କୁ ଯାଜପୁର ସ୍ଥାନାନ୍ତର ସୂଚନା । ମାଟ୍ରିକ ପରୀକ୍ଷାର୍ଥୀ ଜଣକ ଦୁଇ ଦୁଇଟି ପରୀକ୍ଷା ଦେଇଥିବା ବେଳେ ଗତକାଲି ଶିବରାତ୍ରି ଅବସରରେ ଉପବାସ କରି ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ପରୀକ୍ଷାର୍ଥୀ ଜଣକ ସୁସ୍ଥ ହେବା ପରେ ଆଇନର ଆଶ୍ରୟ ନିଆଯିବ ବୋଲି ନାବାଳିକାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।
Views: 24