ନୂଆଦିଲ୍ଲୀ : ପ୍ରାୟ ସବୁବେଳେ କୌଣସି ନା କୌଣସି ପରୀକ୍ଷା ସମୟରେ ପ୍ରଶ୍ନ ପତ୍ର ଲିକ୍ କିମ୍ବା ଅନିୟମିତତାକୁ ନେଇ ନାନା ଅବହେଳା ସାମ୍ନାକୁ ଆସୁଛି । ଏଥି ପାଇଁ ପରୀକ୍ଷାର୍ଥୀ ନାହଁ ନଥିବା ହନ୍ତସନ୍ତ ହେଉଛନ୍ତି । ଦିନକୁ ଦିନ ଏମିତି ଘଟଣା ବଢିବାରେ ଲାଗିଛି । ଏ ଅସୁବିଧାକୁ ସମାଧାନ କରିବା ପାଇଁ ଚଳିତ ବର୍ଷ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି ।
ଏହି ବିଧେୟକର ବ୍ୟବସ୍ଥାକୁ ଉଲଂଘନ କଲେ ସର୍ବନିମ୍ନ ୩ ରୁ ୫ ବର୍ଷ ଜେଲ ଦଣ୍ଡ ଓ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା
ଏହି ବିଲରେ ସଂଗଠିତ ଅପରାଧ ପାଇଁ ୫ ରୁ ୧୦ ବର୍ଷ ଜେଲଦଣ୍ଡ ଓ ସର୍ବନିମ୍ନ ୧ କୋଟି ଟଙ୍କା ପର୍ୟ୍ୟନ୍ତ ଜରିମାନାର ପ୍ରାବଧାନ
ନିୟମ ଉଲଂଘନ ଓ ଆନୁପାତିକ ପରୀକ୍ଷା ଖର୍ଚ୍ଚ ଆଦାୟ କଲେ ସେବା ପ୍ରଦାନକାରୀଙ୍କ ଠାରୁ ୧ କୋଟି ଟଙ୍କାର ଜରିମାନା ଆଦାୟ କରାଯିବ ।
କେନ୍ଦ୍ରସରକାରଙ୍କ ଦ୍ୱାରା ପରିଚାଳିତ ଏସଏସସି, ଜେଇଇ, ନିଟ, ସିୟୁଇଟି ଓ ୟୁପିଏସସି ଭଳି ସଂସ୍ଥା ଗୁଡିକ ବିଭିନ୍ନ ପରୀକ୍ଷା ପରିଚାଳନା କରିଥାଏ । । ଏହା ଦ୍ୱାରା ବିଭିନ୍ନ ସରକାରୀ ପଦ ପଦବୀ ପାଇଁ ନିଯୁକ୍ତି ଦିଆ ଯାଇଥାଏ । ଏହି ପରୀକ୍ଷାରେ ମଧ୍ୟ ଅନେକ ଅନିୟମିତତା ଦେଖିବାକୁ ମିଳୁଛି । ଏସବୁରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ବେଳେ ଏହି ମାମଲାରେ ଦୋଷୀକୁ ମୁକୁଳାଇବା କିମ୍ବା ବୁଝାସୁଝା କରି ମାମଲା ରଫା ଦଫା କରିବା ସମ୍ଭବ ହେବ ନାହିଁ ।
ପ୍ରଶ୍ନପତ୍ର ଲିକ ମାମଲାରେ ଦୃଢ ଆଇନ ଆଣିଲେ କେନ୍ଦ୍ର ସରକାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











