The Ultimate Managed Hosting Platform
ADVERTISEMENT

ପ୍ରଶ୍ନପତ୍ର ଲିକ ମାମଲାରେ ଦୃଢ ଆଇନ ଆଣିଲେ କେନ୍ଦ୍ର ସରକାର

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରାୟ ସବୁବେଳେ କୌଣସି ନା କୌଣସି ପରୀକ୍ଷା ସମୟରେ ପ୍ରଶ୍ନ ପତ୍ର ଲିକ୍ କିମ୍ବା ଅନିୟମିତତାକୁ ନେଇ ନାନା ଅବହେଳା ସାମ୍ନାକୁ ଆସୁଛି । ଏଥି ପାଇଁ ପରୀକ୍ଷାର୍ଥୀ ନାହଁ ନଥିବା ହନ୍ତସନ୍ତ ହେଉଛନ୍ତି । ଦିନକୁ ଦିନ ଏମିତି ଘଟଣା ବଢିବାରେ ଲାଗିଛି । ଏ ଅସୁବିଧାକୁ ସମାଧାନ କରିବା ପାଇଁ ଚଳିତ ବର୍ଷ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି ।
ଏହି ବିଧେୟକର ବ୍ୟବସ୍ଥାକୁ ଉଲଂଘନ କଲେ ସର୍ବନିମ୍ନ ୩ ରୁ ୫ ବର୍ଷ ଜେଲ ଦଣ୍ଡ ଓ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା
ଏହି ବିଲରେ ସଂଗଠିତ ଅପରାଧ ପାଇଁ ୫ ରୁ ୧୦ ବର୍ଷ ଜେଲଦଣ୍ଡ ଓ ସର୍ବନିମ୍ନ ୧ କୋଟି ଟଙ୍କା ପର୍ୟ୍ୟନ୍ତ ଜରିମାନାର ପ୍ରାବଧାନ
ନିୟମ ଉଲଂଘନ ଓ ଆନୁପାତିକ ପରୀକ୍ଷା ଖର୍ଚ୍ଚ ଆଦାୟ କଲେ ସେବା ପ୍ରଦାନକାରୀଙ୍କ ଠାରୁ ୧ କୋଟି ଟଙ୍କାର ଜରିମାନା ଆଦାୟ କରାଯିବ ।
କେନ୍ଦ୍ରସରକାରଙ୍କ ଦ୍ୱାରା ପରିଚାଳିତ ଏସଏସସି, ଜେଇଇ, ନିଟ, ସିୟୁଇଟି ଓ ୟୁପିଏସସି ଭଳି ସଂସ୍ଥା ଗୁଡିକ ବିଭିନ୍ନ ପରୀକ୍ଷା ପରିଚାଳନା କରିଥାଏ । । ଏହା ଦ୍ୱାରା ବିଭିନ୍ନ ସରକାରୀ ପଦ ପଦବୀ ପାଇଁ ନିଯୁକ୍ତି ଦିଆ ଯାଇଥାଏ । ଏହି ପରୀକ୍ଷାରେ ମଧ୍ୟ ଅନେକ ଅନିୟମିତତା ଦେଖିବାକୁ ମିଳୁଛି । ଏସବୁରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ବେଳେ ଏହି ମାମଲାରେ ଦୋଷୀକୁ ମୁକୁଳାଇବା କିମ୍ବା ବୁଝାସୁଝା କରି ମାମଲା ରଫା ଦଫା କରିବା ସମ୍ଭବ ହେବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login