The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପ୍ରଶାସନ ର ଅଜାଣତରେ ନିର୍ମାଣ ହେଉଛି, ଆବର୍ଜ୍ଜନା କୁଣ୍ଡ ।

Facebook
Twitter
LinkedIn

ବସ୍ତା ବ୍ଲକ ପତ୍ରଝଡ଼ା ପଞ୍ଚାୟତରେ ଆବର୍ଜନାକୁଣ୍ଡ ନିର୍ମାଣ କୁ ନେଇ ଗ୍ରାମରେ ତେଜୁଛି ଅସନ୍ତୋଷ । ଏଠାରେ ସୂଚନା ଥାଉକି ପଞ୍ଚାୟତର ବିଭିନ୍ନ ୱାର୍ଡ ରେ ତରବରିଆ ଭାବେ ଆବର୍ଜ୍ଜନା କୁଣ୍ଡ ନିର୍ମାଣ ହେଉଛି । ତେବେ ଆବର୍ଜ୍ଜନା କୁଣ୍ଡ ନିର୍ମାଣ ବାବଦରେ କୌଣସି ବୈଠକ, କିମ୍ବା ସ୍ଥାନ ନିରୂପଣ, କେଉଁ ଯୋଜନାରେ ରେ କେଉଁ ବିଭାଗ ନିର୍ମାଣ କରିବ, ଏହାପାଇଁ କଣ ନୀତିନିୟମ ରହିଛି, ଏହାର ଅଟକଳ ମୂଲ୍ୟ କେତେ ରହିଛି । ଏ ବାବଦରେ ଗ୍ରାମବାସୀ କିମ୍ବା ୱାର୍ଡ ସଭ୍ୟ ସଭ୍ୟା ଜାଣି ନାହାନ୍ତି। ମାତ୍ର ପଞ୍ଚାୟତର ଅନେକ ସ୍ଥାନରେ ଆବର୍ଜ୍ଜନା କୁଣ୍ଡ ନିର୍ମାଣ ହେଉଛି , ଯାହାର ମାପ ଓ ମାନକୁ ନେଇ ପ୍ରଶ୍ନ ଉଠିଛି।

ଏନେଇ ୱାର୍ଡ ସଭ୍ୟ ଓ ସଭ୍ୟା ,ଗ୍ରାମବାସୀ ମିଳିତ ଭାବେ ବସ୍ତା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରି, ବିହିତ୍ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ସରପଞ୍ଚ ଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରିଥିଲେବି, କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା । ତେବେ ବିଡିଓ ଜ୍ଞାନ ରଞ୍ଜନ ସାହୁ ଆବର୍ଜ୍ଜନା କୁଣ୍ଡ ନିର୍ମାଣ ପାଇଁ ବ୍ଲକ ତରଫରୁ କାହାକୁ କାର୍ଯ୍ୟାଦେଶ ଦିଆ ଯାଇନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି। ତେବେ ପ୍ରଶାସନ ଅଜାଣତରେ ,କାହାର ଇସାରରେ ଆବର୍ଜନା କୁଣ୍ଡ ନିର୍ମାଣ ହେଉଛି, ତାହାକୁ ନେଇ ଉଠୁଛି ବଡ ପ୍ରଶ୍ନ।
ବସ୍ତାରୁ ଅଜିତ୍ କୁମାର ସାହୁ (ଶପଥ ନିୟୂଜ୍)

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login