ନୂଆଦିଲ୍ଲୀ : ମେକ୍ସିକୋ ଚିୟାପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩୫ ଜଣ ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଓଲଟି ପଡିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ମେକ୍ସିକୋର ନ୍ୟାସନାଲ ମାଇଗ୍ରେସନ ଇନଷ୍ଟିଚ୍ୟୁଟ ବୟାନ ଜାରି କରିଛି । କ୍ୟୁବାରୁ ଆସିଥିବା ଏହି ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଟ୍ରକଟି ସମ୍ଭବତଃ ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାତ୍ରା କରୁଥିଲା। ଗୁଏଟ୍ମାଲା ସୀମାନ୍ତ ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା କଥା ଜଣାପଡିଛି । ଖବର ମୁତାବକ, ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଲାଉଥିବାରୁ ଗାଡି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ସହିତ ୧୦ ଜଣ ମହିଳା ସାମିଲ ରହିଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହକୁ ନିଜ ଦେଶକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ।
Views: 82











