ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି । ଏହା ପରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଛନ୍ତି । ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ପ୍ରବାସୀଙ୍କୁ ସ୍ବାଗତ । ଓଡ଼ିଶାର ଭୂମି ଭାରତର ସମୃଦ୍ଧ ବୈଭବର ପ୍ରତୀକ । ଓଡ଼ିଶାର ଐତିହ୍ୟ ଓ ଭାସ୍କର୍ୟ୍ୟ ପ୍ରତ୍ୟେକଙ୍କୁ ଗର୍ବିତ କରେ । ଓଡ଼ିଶାର ବାଲିଯାତ୍ରା ବିଶ୍ବ ବାଣିଜ୍ୟ ପରମ୍ପରାର ପ୍ରତୀକ । ଧଉଳି ଶାନ୍ତିସ୍ତୁପ ଶାନ୍ତିର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଇଠି ଅଶୋକ ହୋଇଥିଲେ ଚଣ୍ଡାଶୋକରୁ ଧର୍ମାଶୋକ । ଆମ ହୃଦୟରେ ଭାରତ ସ୍ପନ୍ଦିତ ହେଉଛି ବୋଲି ମୋଦି କହିଛନ୍ତି । ଖୁବ୍ ଶୀଘ୍ର ବିଶ୍ବରେ ତୃତୀୟ ସର୍ବବୃହତ୍ ଅର୍ଥନୀତି ହେବ । ଆଜି ପ୍ରତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଆକାଶଛୁଆଁ । ଦେଶର ପ୍ରଗତିର ଗତି ରେକର୍ଡ ଭାଙ୍ଗୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଦେଶରେ ଫାଇଟର ଜେଟ୍ ନିର୍ମାଣ ହେଉଛି ବୋଲି ଉଦବୋଧନ ଦେଇଛନ୍ତି । ବିକାଶ ଓ ପରମ୍ପରାର ମନ୍ତ୍ରରେ ଚାଲୁଛି ଆଜିର ଭାରତ । ବଡ଼ ବଡ଼ ସହର ଭାରତର ପରିଚୟ ନୁହେଁ । ଛୋଟ ଛୋଟ ସହର ଓ ଗାଁ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣ ମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବିତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...