ଭୁବନେଶ୍ୱର : ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ।ପ୍ରବାସୀ ଭାରତୀୟଙ୍କୁ ପରସା ଯିବ ଓଡ଼ିଆ ଖାଦ୍ୟ । ସନ୍ତୁଳା, ଡାଲମାଠୁ ଆରମ୍ଭ କରି ନିମାପଡ଼ା ଝିଲି ଓ କଟକ ଦହିବରା ଖାଇବେ ପ୍ରବାସୀ ଭାରତୀୟ । ପ୍ରତି ଦିନ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବ ହୋଟେଲ୍ ମେ’ଫେୟାର। ହେଲେ ଯେଉଁମାନେ ଚାହିଁବେ ସେମାନେ ୱେଷ୍ଟର୍ନ, ଆସିଆନ ଓ ନର୍ଥ ଇଣ୍ଡିଆନ ଖାଦ୍ୟ ବି ଖାଇପାରିବେ। ଓଡ଼ିଆ ଖାଦ୍ୟରେ ଖାସ୍ ରହିବ କଦଳୀ ମଞ୍ଜା ସୁପ୍, ଛତୁ ବାଟି ବସା, ଛତୁ ବରା, ସନ୍ତୁଳା, ଡାଲମା, ଟମାଟୋ ଚଟଣୀ, ମାଛ ବେସର, ମାଟି ହାଣ୍ଡି ଖାସି ମାଂସ, କୁକୁଡ଼ା କସା ଭଳି ଅନେକ ପ୍ରକାର ବ୍ୟଞ୍ଜନ ରହିଛି । ଏହା ସହିତ ପ୍ରବାସୀଙ୍କ ପାଇଁ ମାଣ୍ଡିଆର ବି ଅନେକ ଖାଦ୍ୟ ରହିବ । ସକାଳ ଜଳଖିଆ ପ୍ଲେଟରୁ ଆରମ୍ଭ କରି ଲଞ୍ଚ ଓ ଡିନରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ସରକାର ।
ଏହି ଅବସରରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ରାଜ୍ୟ ସଂଗ୍ରହାଳୟରେ ଭଳିକି ଭଳି ପିଠା ଓ ମିଠାର ଆୟୋଜନ କରାଯାଇଛି । ଛେନାପୋଡ଼, ପାହାଳ ରସଗୋଲା, ରସାବଳୀ, ମଗଜ ଲଡୁ, ପୁରୀ ଖଜା ଭଳି ମିଠାର ମଜା ନେଇଛନ୍ତି ଭୁବନେଶ୍ୱର ଆସିଥିବା ପ୍ରବାସୀ ଭାରତୀୟ । ଜନତା ମଇଦାନରେ ସକାଳ ୧୦ ଟାରୁ ଆରମ୍ଭ ହେବ ସମ୍ମିଳନୀ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଶତାଧିକ ପ୍ରବାସୀ ଭାରତୀୟ ଆସି ଭୁବନେଶ୍ବରରେ ପହଞ୍ଚି ସାରିଲେଣି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏକାଠି ହେବେ ବିଶ୍ବରୁ ୪ ହଜାର ପ୍ରବାସୀ ଭାରତୀୟ ।
ପ୍ରବାସୀ ଭାରତୀୟଙ୍କୁ ପରସାଯିବ ଓଡିଆ ଖାଦ୍ୟ, ଦହିବରାର ନେବେ ମଜା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











