June 24, 2024 7:12 pm

The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ ପ୍ରସୂତୀ, ବସ ଭିତରେ ପ୍ରସବ କରାଇଲେ ଡାକ୍ତର

Facebook
Twitter
LinkedIn

ନୂଆଦିଲ୍ଲୀ : ବସ ଭିତରେ ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ ପ୍ରସୂତୀ । ପ୍ରସବ କରାଇଲେ ଡାକ୍ତର । ବୁଧବାର ଦିନ କେରଳର ଘଟିଛି ଏଭଳି ଘଟଣା । ଏକ ସରକାରୀ ବସ୍ରେ ଜଣେ ୩୭ ବର୍ଷୀୟା ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ସେରିନା ନାମକ ଜଣେ ମହିଳା ପ୍ରସବ ବେଦନାରେ ଆଉଟୁ ପାଉଟୁ ହେଉଥିବା ବେଳେ ଡାକ୍ତରଖାନା ଯିବା ଅବସ୍ଥାରେ ନଥିବାରୁ ଡାକ୍ତରମାନେ ବସ୍ ଭିତରକୁ ପଶି ଶିଶୁଟିକୁ ପ୍ରସବ କରିଥିଲେ। ମହିଳା ସେତେବେଳକୁ ଅତ୍ୟଧିକ ଯନ୍ତ୍ରଣା ଭୋଗୁଥିଲେ। ସେରେନା ତାଙ୍କ ସ୍ୱାମୀଙ୍କ ସହ କେରଳ ରାଜ୍ୟ ସଡକ ପରିବହନ ନିଗମ ବସରେ ତ୍ରିସୁରରୁ କୋଜିକୋଡେ ଯାତ୍ରା କରୁଥିବାବେଳେ ସେ ପ୍ରସବ ବେଦନା ଅନୁଭବ କରିବା ଆରମ୍ଭ କରିଥିଲେ। ତାଙ୍କ ଅବସ୍ଥା ଏବଂ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବସ୍ ସିଧା ତ୍ରିସୁରର ଅମାଲା ହସ୍ପିଟାଲ ଆଡକୁ ଚାଲିଥିଲା। ଡାକ୍ତର ଏବଂ ନର୍ସମାନେ ଅନୁଭବ କଲେ ଯେ ସେମାନେ ମହିଳାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାରେ ଅସମର୍ଥ ହେବେ। ସେହିକାରଣରୁ ସେମାନେ ମହିଳାଙ୍କର ବସ୍ ଭିତରେ ପ୍ରସବ କରିଥିଲେ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ADVERTISEMENT
ଗିରଫର ଘଣ୍ଟାଏ ପରେ ଟ୍ରମ୍ପଙ୍କୁ ମିଳିଲା ଜାମିନ୍

ହସ ମନି ମାମଲାରେ ଟ୍ରମ୍ପ ହେଲେ ଦୋଷୀ ସାବ୍ୟସ୍ତ , ହୋଇପାରେ ୪ ବର୍ଷ ଜେଲ

ୱାଶିଂଟନ: ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...

Login