ନୂଆଦିଲ୍ଲୀ : ଗୁଜୁରାଟରେ ପ୍ରବଳ ବର୍ଷା । ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ପ୍ରବଳ ବର୍ଷା ଯୋଗୁଁ କିଛି ଅଞ୍ଚଳରେ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ରବିବାର ପ୍ରବଳ ବର୍ଷା ଯୋଗୁଁ ନର୍ମଦା ଏବଂ ଅନ୍ୟ ନଦୀର ଜଳସ୍ତର ବଢି ଲୋକଙ୍କ ଦୁର୍ଦ୍ଦଶା ବଢାଇଛି । ଗୁଜରାଟରେ ୫ ଜିଲ୍ଲାରେ ପାଖାପାଖି ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ହଜାର ହଜାର ଲୋକ ବାସହରା ହୋଇଛନ୍ତି । ବନ୍ୟା ସ୍ଥିତି ଦେଖି ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ଦୁଇ ଦିନ ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ପଞ୍ଚମହଲ, ଦାହୋଦ, ଖେଡା, ଅରାବଲୀ, ମାହିସାଗର, ବନାସକାଣ୍ଠା ଏବଂ ସାବରାକାଣ୍ଠାରେ ରେଡ ଆଲର୍ଟ ଜାରି ହୋଇଛି । ଆସନ୍ତା ଗୁରୁବାର ଯାଏଁ ଗୁଜରାଟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଆଶଙ୍କା କରାଯାଇଛି ।
Views: 78