ନୂଆଦିଲ୍ଲୀ : ପ୍ରଧୀନମନ୍ତ୍ରୀଙ୍କ ଶହେ ତମ “ମନ କୀ ବାତ” କାର୍ଯ୍ୟକ୍ରମ । ରେଡିଓରେ ଦେଶବାସୀଙ୍କୁ କରୁଛନ୍ତି ସମ୍ବୋଧନ । ଦେଶର ୪ ଲକ୍ଷ ସେଣ୍ଟରରେ କାର୍ଯ୍ୟକ୍ରମ । “ମନ କୀ ବାତ” ଜନ ଆନେ୍ଦାଳନରେ ପରିଣତ ହୋଇଛି । ଲୋକଙ୍କ ସହ ଯୋଡି ହେବାର ଏହା ମାଧ୍ୟମ । ସବୁ ବର୍ଗର ଲୋକ କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି । “ମନ କୀ ବାତ” ମୋ ପାଇଁ ପୂଜା, ଆସ୍ଥା ଓ ବ୍ରତ ଭଳି । ୨୦୧୪ ଅକ୍ଟୋବର ୩ରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ।
ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବି ଏହାର ସିଧାପ୍ରସାରଣ କରାଯାଉଛି । ଜାତିସଂଘରେ ଅବସ୍ଥାପିତ ଭାରତୀୟ ସ୍ଥାୟୀ ମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବାଣିଜ୍ୟ ଦୂତାବାସ ପକ୍ଷରୁ ମଧ୍ୟ ପ୍ରବାସୀ ଭାରତୀୟଙ୍କ ପାଇଁ ଏହି ସ୍ୱତନ୍ତ୍ର ସଂସ୍କରଣ ଶୁଣାଇବାର ବ୍ୟବସ୍ଥା କରାଯାଇଛି । ମନ୍ କି ବାତରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ଖୋଲା ଓ ଉତ୍ସାହୀ ମତ ବିନିମୟ କରି ଥାଆନ୍ତି । ବିଭିନ୍ନ ପ୍ରକାରର ପ୍ରସଙ୍ଗକୁ ଉତଥାପନ କରନ୍ତି ପ୍ରଧାନମନ୍ତ୍ରୀ । ଅଖ୍ୟାତ ପଲ୍ଲୀର ପ୍ରତିଭାଙ୍କୁ ମନ୍ କି ବାତରେ ସ୍ଥାନ ବି ଦେଇଛନ୍ତି । ଜୈବିକ କୃଷି, ଫିଟ୍ ଇଣ୍ଡିଆ ମୁଭମେଣ୍ଟ, ଖେଲୋ ଇଣ୍ଡିଆ, ବେଟୀ ବଚାଓ-ବେଟୀ ପଢ଼ାଓ, ହର ଘର ତ୍ରିରଙ୍ଗା, ଷ୍ଟାର୍ଟଅପ୍ ଆନ୍ଦୋଳନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ପ୍ରଗତି ଭଳି ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମନ୍ କି ବାତରେ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ୧୦୦ ତମ “ମନ କୀ ବାତ୍”
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











