ନୂଆଦିଲ୍ଲୀ : ନାକେଦମ୍ କଲାଣି ଦିଲ୍ଲୀ ପ୍ରଦୂଷଣ । ଯେମିତି ପଦକ୍ଷେପ ନେଲେ ବି ପରିସ୍ଥିତିରେ ସୁଧାର ଆସୁନି । ଏଣିକି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହ୍ବିପ୍ ଜାରି କରିଛି ପିଏମଓ । ଦିଲ୍ଲୀରେ ପ୍ରଦୂଷଣ ସୃଷ୍ଟିକାରୀ ଯାନବାହନକୁ ବନ୍ଦ କରି ଇଭି ଚଳାଚଳକୁ ଗୁରୁତ୍ବ ଦେଇଛି ପିଏମଓ । ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସୃଷ୍ଟିକାରୀ କୌଣସି ବି ଯାନ ଦୃଷ୍ଟିଗୋଚର ହେଲେ ସଙ୍ଗେ ସଙ୍ଗେ ଏହାକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ରହିଛି । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶାବଳି ପାରିତ ହୋଇଛି । ବୈଠକରେ ଦିଲ୍ଲୀରେ ପ୍ରଦୂଷଣ ଅତ୍ୟନ୍ତ ନିମ୍ନଗାମୀ ହେଉଥିବା ରିପୋର୍ଟ ଉପସ୍ଥାପନା କରାଯାଇଥିଲା । ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ନିମ୍ନମାନର ରେକର୍ଡ ହୋଇଥିବା ବୈଠକରେ ପ୍ରକାଶ ପାଇଥିଲା ।
ପ୍ରଦୂଷଣରେ ଦିଲ୍ଲୀ ବେହାଲ, ନିୟନ୍ତ୍ରଣ ପାଇଁ ହ୍ୱିପ ଜାରି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











