The Ultimate Managed Hosting Platform
ADVERTISEMENT

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ, ଅନୁ ଗର୍ଗ ହେଲେ ଉନ୍ନୟନ କମିସନର ।

Facebook
Twitter
LinkedIn

ରାଜ୍ୟ ସରକାର ୧୯୮୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ଫେବ୍ରୁଆରି ୨୮ତାରିଖରେ କାର‌୍ୟ୍ୟକାଳ ଶେଷ ହେଉଥିବାରୁ ଶ୍ରୀ ଜେନା ଏହାପରେ ଦାୟିତ୍ବ ଗ୍ରହଣ କରିବେ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ରବିବାର ଦିନ ଏସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଜେନା ରାଜ୍ୟର ୪୫ତମ ମୁଖ୍ୟ ଶାସନ ସଚିବ ଭାବେ ମାର୍ଚ୍ଚ ୧ ତାରିଖରେ ଦାୟିତ୍ବ ଗ୍ରହଣ କରିବେ।

ସେହିପରି ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୯୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅନୁ ଗର୍ଗଙ୍କୁ ରାଜ୍ୟ ସରକାର ଉନ୍ନୟନ କମିସନର ଏବଂ ଯୋଜନା ଓ ସଂଯୋଜନା ବିଭାଗର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀମତୀ ଗର୍ଗ ମଧ୍ୟ ମାର୍ଚ୍ଚ ୧ରେ ନୂଆ ଦାୟିତ୍ବ ଗ୍ରହଣ କରିବେ।

ଏହାସହ ସେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ମଧ୍ୟ କାର‌୍ୟ୍ୟ କରିବେ। ସୂଚନାଯୋଗ୍ୟ ଯେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର କାର‌୍ୟ୍ୟକାଳ ଶେଷ ହେବା ପରେ ରାଜ୍ୟ ସରକାର ଦୁଇ ଥରରେ ୧ବର୍ଷ ପାଇଁ ତାଙ୍କର କାର‌୍ୟ୍ୟକାଳ ବୃଦ୍ଧି କରିଥିଲେ। ଯାହା ଫେବ୍ରୁଆରି ୨୮ରେ ଶେଷ ହେବ। ଅପରପକ୍ଷେ ପ୍ରଦୀପ ଜେନା ମୁଖ୍ୟ ସଚିବ ହେବା ପରେ କୃଷି ଉତ୍ପାଦନ କମିସନର, ସ୍ବତନ୍ତ୍ର ରିଲିଫ କମିସନର, ଓସ୍ଡମାର ପରିଚାଳନା ନିର୍ଦ୍ଦେଶକ ପଦବି ଖାଲି ପଡ଼ିବ। ଏହା ସହ ମୁଖ୍ୟ ସଚିବ ପ୍ରଶାସନିକ ସ୍ତରରେ କିଛି ଅଦଳ ବଦଳ କରିପାରନ୍ତି। ତେଣୁ ଖୁବ୍ ଶୀଘ୍ର ଆଇଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ ହେବ ବୋଲି ଚର୍ଚ୍ଚା ହେଉଛି।

ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login