କୋଲକାତା: କୋଲକାତା ମେଟ୍ରୋ ସୃଷ୍ଟି କଲା ଇତିହାସ , ପ୍ରଥମ ଥର ଅଣ୍ଡର ୱାଟର ତଳେ ଚାଲିଲା ମେଟ୍ରୋ ଟ୍ରେନ୍। ଭାରତରେ ପ୍ରଥମ ଥର ପାଇଁ ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍। ବିଭିନ୍ନ ସହରରେ ଭୂମି ଉପରେ ଓ ଭୂମି ତଳେ ମେଟ୍ରୋ ଟ୍ରେନ୍ ଚାଲିବାର ବ୍ୟବସ୍ଥା କରାଯାଇଥିବା ବେଳେ କୋଲକାତାରେ ପ୍ରଥମ କରି ପାଣି ଭିତରେ ମେଟ୍ରୋ ଟ୍ରେନ୍ ଚାଲିଛି। ଭାରତର କୋଲକାତା ମେଟ୍ରୋ ବୁଧବାର ଏହି ଇତିହାସ ସୃଷ୍ଟି କରିଛି। ଦୀର୍ଘ ସମୟର ପ୍ରତୀକ୍ଷା ପରେ ଦେଶରେ ପ୍ରଥମ ମେଟ୍ରୋ ହୁଗଳି ନଦୀ ତଳେ ଚାଲିଛି। ଭାରତରେ ପ୍ରଥମ ଥର ପାଇଁ କୌଣସି ମେଟ୍ରୋ ଟ୍ରେନ୍ ନଦୀ ତଳେ ଯାତ୍ରା ସଫଳତାର ସହ ସମାପ୍ତ କରିଛି।
ଏହା ସଫଳ ହେବା ପରେ ସ୍ବାଭାବିକ ଭାବେ ଏହି ରୁଟ୍ ଦେଇ ଯାତ୍ରା ଆରମ୍ଭ ହେବ ବୋଲି ମେଟ୍ରୋ ପ୍ରକଳ୍ପ ଜେନେରାଲ୍ ମ୍ୟାନେଜର ପି ଉଦୟ କୁମାର ରେଡ୍ଡୀ କହିଛନ୍ତି । ଏପଟେ ମେଟ୍ରୋ ରେଳବାଇର ମୁଖ୍ୟ ପିଆରଓ କୌଶିକ ମିତ୍ର କହିଛନ୍ତି ଯେ, ବହୁତ ବାଧାବିଘ୍ନ ପରେ ଆମକୁ ଏ ସଫଳତା ମିଳିଛି। ଆଜି ଆମେ ସଫଳତାର ସହ ହୁଗଳି ନଦୀ ତଳେ ମେଟ୍ରୋ ରେକ୍ ଆଣିପାରିବ।
ଏହି ମେଟ୍ରୋ ଟ୍ରାଏଲ୍ ହାଓ୍ୱଡା ମେଦାନ ଏବଂ ଏସ୍ପ୍ଲାନେଡ୍ ଷ୍ଟେସନ୍ ମଧ୍ୟରେ ୭ ମାସ ଧରି ଚାଲିବ। ଜଳପତ୍ତନଠାରୁ ୩୨ ମିଟର ତଳେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଏହି ଟନେଲ୍ ତିଆରି କରାଯାଇଛି।ଏପଟେ ଟ୍ରେନଟି ଏସପ୍ଲାନେଡ ଷ୍ଟେସନରୁ ହାୱଡା ମଇଦାନ ଷ୍ଟେସନରେ ପହଞ୍ଚିବା ପରେ ପି. ଉଦୟ କୁମାର ରେଡ୍ଡି ମେଟ୍ରୋ ଟ୍ରେନର ପୂଜା କରିଥିଲେ। କୁହାଯାଉଛି ଯେ, ଏଭଳି ଭାବେ ଆଜି ଦୁଇଟି ମେଟ୍ରୋ ଟ୍ରେନ୍ ନଂ ୬୧୨ ଓ ୬୧୩ ହୁଗଳି ନଦୀ ନେଇ ହାୱଡା ମଇଦାନ ଷ୍ଟେସନକୁ ସ୍ଥାନାନ୍ତରିତ ହୋଇଛି। ତେବେ ଆଗାମୀ ୭ମାସ ମଧ୍ୟରେ ହାୱଡା ମଇଦାନ ଷ୍ଟେସନରୁ ଏସପ୍ଲାନେଡ ଷ୍ଟେସନକୁ ଟ୍ରାଏଲ ରନ୍ କରାଯିବ।
ପ୍ରଥମ ଥର ଅଣ୍ଡର ୱାଟର ତଳେ ଚାଲିଲା ମେଟ୍ରୋ ଟ୍ରେନ୍

Facebook
Twitter
LinkedIn
Facebook
Twitter
LinkedIn
Recent News
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...