ନୂଆଦିଲ୍ଲୀ : ହାଇଦ୍ରାବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ପୂଜାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରି ମୃତଦେହକୁ ମନ୍ଦିର ପଛରେ ପୋତି ଦେଇଛନ୍ତି। କୁହାଯାଉଛି କି, ସାଇକୃଷ୍ଣା ନାମକ ପୂଜାରୀ ଏବଂ ଅପସରା ନାମ୍ନୀ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ସବୁଠୁ ବଡ଼ କଥା ହେଉଛି ଯେ ପୂଜାରୀ ସାଇକୃଷ୍ଣା ବିବାହିତ ଥିବାବେଳେ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି। ଘଟଣାଟି ହାଇଦ୍ରାବାଦର ଶମ୍ଶାବାଦ ନିକଟ ନାରକୁଡ଼ା ଗାଁରେ ଘଟିଛି। ଏହି ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଯୁବତୀଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ସେମାନେ କହିଥିଲେ ଯେ ଅପସରା ଗର୍ଭବତୀ ଥିଲେ। ସାଇକୃଷ୍ଣା ତାଙ୍କର ଗର୍ଭପାତ କରାଇଥିଲେ। ପରିବାର ଲୋକଙ୍କ ମୁତାବକ, ଅପସରା ବିବାହ ପାଇଁ ପୂଜାରୀଙ୍କ ଉପରେ ଚାପ ପକାଉଥିଲେ, ଯେଉଁ କାରଣରୁ ପୂଜାରୀ ଷଡ଼ଯନ୍ତ୍ର କରି ଅପସରାଙ୍କୁ ହତ୍ୟା କରିଥିଲେ।ପୋଲିସ କହିଛି ଯେ ଅପସରା ସାଇକୃଷ୍ଣାଙ୍କ ସହିତ ଏକ ଗୋଶାଳା ଯାଇଥିଲେ ଏବଂ ସେଠାରେ କୃଷ୍ଣା ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ସେ ମୃତଦେହକୁ ମନ୍ଦିର ପଛପଟେ ଗାତ ଖୋଳି ପୋତି ଦେଇଥିଲେ। ଆଶ୍ଚର୍ୟ୍ୟଜନକ କଥା ହେଉଛି, ହତ୍ୟା କରି ସାଇକୃଷ୍ଣା ନିଜେ ହିଁ ଥାନାକୁ ଯାଇ ଅପସରାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ସାଇକୃଷ୍ଣା ପୋଲିସ ସାମ୍ନାରେ ସବୁ ସତ କଥା ମାନିଥିଲେ।
ପ୍ରଥମେ ଗର୍ଭପାତ, ପରେ ହତ୍ୟା ; ମନ୍ଦିର ପଛପଟେ ପୂଜାରୀ ପୋତିଦେଲେ ପ୍ରେମିକାର ମୃତଦେହ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











