The Ultimate Managed Hosting Platform
ADVERTISEMENT

ପ୍ରତ୍ୟେକ ଦିନ ସକାଳୁ ଖାଆନ୍ତୁ ତୁଳସୀ ପତ୍ର, ଦୂର ହେବ ଏହି ସବୁ ରୋଗ

Facebook
Twitter
LinkedIn

ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ବହୁତ କିଛି ରୋଗ ହେଉଛି । ଏହି ରୋଗକୁ ଦୂର କିପରି କରିବେ ଆଜି ଆପଣଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା କ’ଣ ଖାଇବା ଦ୍ବାରା ବହୁତ କିଛି ସମସ୍ୟା ଦୂର ହେବାକୁ ଲାଗିବ ।ପ୍ରଥମେ ଆପଣଙ୍କୁ କହିବୁ ଯେ ତୁଳସୀ ପତ୍ର ଖାଇବା ଦ୍ବାରା ବହୁତ କିଛି ସମସ୍ୟା ଦୂର ହୋଇଥାଏ । ଏଥି ସହ ତୁଳସୀ ପତ୍ରରେ ଭିଟାମିନ୍ ସି’ ଜିଙ୍କ୍ ଏବଂ ଆଇରନ୍ ଭଳି ପ୍ରଚୁର ପରିମାଣର ପୋଷକ ତତ୍ତ୍ବ ମିଳିଥାଏ । ଏହା ସହିତ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ତୁଳସୀ ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ମାଇକ୍ରୋବାଏଲ୍ ଗୁଣ ମଧ୍ୟ ରହିଛି । ଆୟୁର୍ବେଦ ଅନୁସାରେ ତୁଳସୀ ପତ୍ରକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ତୁଳସୀ ପତ୍ରକୁ ଖାଇବାରେ ଆମକୁ କେଉଁ ପ୍ରକାରର ଲାଭ ମିଳିବ ତାହା ଆସନ୍ତୁ ଜାଣିବା ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ତୁଳସୀ ପତ୍ର ଚୋବାଇ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବହୁତ ପରିମାଣରେ ସୁଦୃଢ କରିପାରିବେ । ଯଦି ଆପଣ ବାରମ୍ବାର ଅସୁସ୍ଥ ରହୁଛନ୍ତି, ତେବେ ଆପଣ ଦୈନନ୍ଦିନ ଖାଦ୍ୟ ଯୋଜନାରେ ତୁଳସୀ ପତ୍ରକୁ ସାମିଲ କରିବା ଉଚିତ୍ । କାଶ ଏବଂ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ହେଲେ ମଧ୍ୟ ତୁଳସୀ ପତ୍ର ଖାଆନ୍ତୁ ।ତୁଳସୀ ପତ୍ରକୁ ଖାଇବା ଦ୍ବାରା ବ୍ଳଡ୍ ଶୁଗାର ସ୍ତର ବହୁ ପରିମାଣରେ ନିୟନ୍ତ୍ରଣ ରହିପାରିବ । ତୁଳସୀ ପତ୍ର ସାହାଯ୍ୟରେ ପାଟି ଦୁର୍ଗନ୍ଧ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ । ତୁଳସୀ ପତ୍ର ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login