The Ultimate Managed Hosting Platform
ADVERTISEMENT

ପ୍ରତିଭା ଅନ୍ୱେଷଣ କରୁଛି ବିକେ ଫାଉଣ୍ଡେସନ

Facebook
Twitter
LinkedIn

ବସ୍ତା : ଗ୍ରାମାଞ୍ଚଳରେ ଲୋକାୟିତ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଉତ୍ସାହିତ କରିବା ଓ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ବିକେ ଫାଉଣ୍ଡେସନ ପକ୍ଷରୁ ସଂଗଠନର ପ୍ରତିଷ୍ଠାତା ତଥା ସହକାରୀ ଶିକ୍ଷକ ବସନ୍ତ କୁମାର ସିଂ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବସ୍ତା ବ୍ଲକ କରୁଆ ପଞ୍ଚାୟତ ବାଗପଞ୍ଚମୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ରୀଡା ପ୍ରତିଯୋଗିତା ଓ ପ୍ରତିଭା ଅନ୍ୱେଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଉଁଶକୁଲି ଶିକ୍ଷା କ୍କଷ୍ଟର ଅଧିନସ୍ତ ବିଭିନ୍ନ ବିଦ୍ୟାଳୟରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ର ଛାତ୍ରୀ ଜୁନିଅର ଓ ସିନିୟର୍ ବିଭାଗ ରେ ଖେଳ,ନାଚ, କୁଦ ରେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ୟ୍ୟକ୍ରମ କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦୀ ସଭାପତିତ୍ବ କରିଥିବା ବେଳେ, ପାଉଁଶକୁଲି ସିଆରସିସି ତପନ କୁମାର ସେନ ଉଦ୍ଘାଟକ ଭାବେ ଯୋଗ ଦେଇ କାର୍ୟ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ଜେନା, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଗଣେଶ ଚନ୍ଦ୍ର ଜେନା,ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହିତ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ସଫଳତା ଅର୍ଜନ କରି ଅଞ୍ଚଳ ପାଇଁ ଗର୍ବ ଗୌରବ ସାଉଁଟି ଥିବା ଉକ୍ତ ବିଦ୍ୟାଳୟର ପୂର୍ବତନ ଛାତ୍ର ଜଗନ୍ନାଥ ବାରିକ୍ ଏବଂ ଛାତ୍ରୀ ଦେବିକା ଟୁଡୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସ୍ଥାନୀୟ ୟଙ୍ଗ ଷ୍ଟାର ଯୁବକ ସଂଘ, ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ପରିଚାଳନାରେ ସହଯୋଗ କରିଥିବା ବେଳେ, ବିକେ ଫାଉଣ୍ଡେସନ ର ପ୍ରତିଷ୍ଠାତା ଶିକ୍ଷକ ବସନ୍ତ କୁମାର ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login