ଭୁବନେଶ୍ୱର : ପ୍ରକାଶ ପାଇଛି ଓଜେଇଇ-୨୦୨୫ ରେଜଲ୍ଟ । ଗତକାଲି ଅର୍ଥାତ ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶ ପାଇଛି ରେଜଲ୍ଟ । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଫଳାଫଳ ପୁସ୍ତକ ଉନ୍ମୋଚିତ ହୋଇଛି । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ ଓଜେଇଇ-୨୦୨୫ ରେଜଲ୍ଟ ଘୋଷଣା କରିଛନ୍ତି । ଏବର୍ଷ ମୋଟ୍ ୯୨ ହଜାର ୪୮୮ ପିଲା ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିବା ବେଳେ ୮୦ ହଜାର ୩୨୪ ପିଲା ପରୀକ୍ଷାରେ ଅଂଶଗ୍ରହଣ କରିିଥିଲେ । ସେମାନଙ୍କ ମଧ୍ୟରୁ ୫୫ ହଜାର ୩୬୨ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ରେ ହୋଇଥିଲା । ରାଜ୍ୟର ସମସ୍ତ ୩୦ ଜିଲ୍ଲା ସହିତ ରାଜ୍ୟ ବାହାରର ୩ଟି ସହର )କଲିକତା,ପାଟଣା ଓ ରାଞ୍ଚି)ରେ ମୋଟ୍ ୭୦ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
Views: 45