The Ultimate Managed Hosting Platform
ADVERTISEMENT

ପୌଷ ଅମାବାସ୍ୟାର କଣ ରହିଛି ରହସ୍ୟ , ଆସନ୍ତୁ ଆଜି ଆମେ ଜାଣିବା

Facebook
Twitter
LinkedIn

ପ୍ରତିମାସରେ ଗୋଟିଏ ଅମାବାସ୍ୟା ତିଥି ପଡେ । ଏହି ଅମାବାସ୍ୟା ତିଥିରେ ଭଗବାନ ବିଷ୍ଣୁଙ୍କୁ ବିଧି ବିଧାନରେ ପୂଜା କରାଯାଏ। ଏହି ଦିନ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ତିଳ ତର୍ପଣ ମଧ୍ୟ କରାଯାଏ। ଅମାବାସ୍ୟା ତିଥିରେ ପବିତ୍ର ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଥାଏ। ନଦୀରେ ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପିତୃପୁରୁଷଙ୍କୁ ତର୍ପଣ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଆମାବାସ୍ୟା ଦିନ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁଷ କାମନା କରିବାର ବ୍ରତ ରଖନ୍ତି।
ପୋଷ୍ୟ ଅମାବାସ୍ୟା ପୂଜା ବିଧି, ଶୁଭ ମୁହୂର୍ତ୍ତ ଏବଂ ମହତ୍ତ୍ୱ:
ଶୁଭ ମୁହୂର୍ତ୍ତ:
ପୌଷ କୃଷ ଅମାବାସ୍ୟାର ଆରମ୍ଭ ତିଥି ସକାଳୁ ୩.୪୧ ଜାନୁଆରୀ ୨ ତାରିଖରୁ ଆରମ୍ଭ ହେଉଥିବା ବେଳେ ସମାପ୍ତ ଜାନୁଆରୀ ୩ ତାରିଖ ୧୨.୨ ମିନିଟ ସକାଳରେ ହେବ।
ପୂଜା ବିଧି:
ସକାଳୁ ଶୀଘ୍ର ଉଠି ସ୍ନାନ କରିଦିଅନ୍ତୁ। ଏହି ଦିନ ପବିତ୍ର ନଦୀ କିମ୍ବା ପୋଖରୀରେ ସ୍ନାନ କରିବାର ମହତ୍ତ୍ୱ ଅଧିକ ରହିଥାଏ। ତେଣୁ ଆପଣ ଘରେ ଗାଧୋଇବା ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିପାରିବେ।
ଘରେ ସ୍ନାନ କରିବା ପରେ ମନ୍ଦିରରେ ଦୀପ ଜଳାନ୍ତୁ। ତା’ ପରେ ସୂର୍ଯ୍ୟ ଦେବତାଙ୍କ ଅର୍ଘ୍ୟ ଦିଅନ୍ତୁ। ଯଦି ଆପଣ ଉପବାସ ରଖିପାରିବେ, ତେବେ ଉପବାସ ରଖନ୍ତୁ।
ଏହି ଦିନ ପିତୃପୁରୁଷ ସମ୍ବନ୍ଧୀତ କାର୍ଯ୍ୟ କରିବା ଉଚିତ। ଭଗବାନଙ୍କୁ ଅଧିକ ସ୍ମରଣ କରନ୍ତୁ। ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନ ବିଧି ବିଧାନରେ ଭଗବାନ ଶଙ୍କରଙ୍କ ପୂଜାର୍ଚ୍ଚନା କରାଯାଏ।
ପୌଷ ଅମାବାସ୍ୟାର ମହତ୍ତ୍ୱ:
ଧାର୍ମିକ ମାନ୍ୟତା ଅନୁସାରେ ପୌଷ ଅମାବାସ୍ୟାର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ଏହି ପବିତ୍ର ତିଥିରେ ପିତୃ ପୁରୁଷ କାର୍ଯ୍ୟ କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ।
ଏହି ଦିନ ଦାନ କରିବା ଦ୍ୱାରା ଅନେକ ଗୁଣ ଅଧିକ ଫଳ ପ୍ରାପ୍ତି ହୋଇଥାଏ।
ଆମ ହିନ୍ଦୁ କ୍ୟାଲେଣ୍ଟର ଅନୁସାରେ ଏହି ମାସଟି ପୌଷ ଚାଲିଛି । ତେଣୁ ନିଶ୍ଚିତ ପୌଷ ଅମାବାସ୍ୟା ପାଳନ କରନ୍ତୁ । ଭଗବାନଙ୍କ ଆଶୀର୍ବାଦ ଲାଭ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ନୂଆଦିଲ୍ଲୀ : ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା...

Login