The Ultimate Managed Hosting Platform
ADVERTISEMENT

ପୌର ରାୟ : ୧୦୮ ପୌରାଧ୍ୟକ୍ଷରୁ ୭୩ରେ ବିଜେଡି ଆଗରେ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ପୌର ଫଇସଲା । ଆଜି ଚାଲିଛି ପୌର ଭୋଟ ଗଣତି । ସକାଳୁ ଆରମ୍ଭ ହୋଇଥିବା ଗଣତିରେ ବିଜେଡି ଆଗୁଆ ରହିଛି । ତେବେ ରାଜ୍ୟର ଅଧିକାଂଶ ଏନ୍‌ଏସି, ପୌରାଅଞ୍ଚଳରେ ଆଗରେ ରହିଛି ବିଜେଡି । ତେବେ ଏବେ ସୁଦ୍ଧା ୧୦୮ ପୌରଧ୍ୟକ୍ଷ ଆସନ ମଧ୍ୟରୁ ୭୩ଟିରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧୭ଟିରେ ଏବଂ କଂଗ୍ରେସ ୭ଟିରେ ରହିଛନ୍ତି । ସେହିପରି ଅନ୍ୟାନ୍ୟ ଦଳ ୯ଟି ସ୍ଥାନରେ ଆଗୁଆ ରହିଛନ୍ତି । ସେହିପରି କଟକ ମହାନଗର ନିଗମରେ ମଧ୍ୟ ଭୋଟ ଗଣତି ଆରମ୍ଭ ହୋଇଛି । ବିଜେଡି ପ୍ରାର୍ଥୀ ସୁବାସ ସିଂହ ୨ୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ପ୍ରଥମ ସ୍ଥାନରେ ରହିଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ୍ ବହୁ ପଛରେ ରହିଛନ୍ତି । ଏବେ ଯାଏଁ କଟକରେ କଂଗ୍ରେସ ପ୍ରାର୍ଥୀ ୫୯୪୯ ପାଇଥିବା ବେଳେ ବିଜେଡି ୫୫୪୪ଖଣ୍ଡ ଭୋଟ ପାଇଛନ୍ତି । ଆଉ ବିଜେପି ୨୪୪୩ ଖଣ୍ଡ ଭୋଟ ପାଇଛନ୍ତି । ଏପଟେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଏବେ ଯାଏଁ ଆରମ୍ଭ ହୋଇନି ଗଣତି ।ସେପଟେ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ୩୧୫୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୨୪୪୩ ଖଣ୍ଡ ଭୋଟ ପାଇଛନ୍ତି । ଆଉ କଂଗ୍ରେସ ପ୍ରାର୍ଥୀ ୨୧୧ ଖଣ୍ଡ ଭୋଟ ପାଇଛନ୍ତି । ବିଜେଡି ଆଗୁଆ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login