The Ultimate Managed Hosting Platform
ADVERTISEMENT

ପୌର ନିର୍ବାଚନ ପୂର୍ବରୁ ବିଭାଗର ଜୋର୍‌ଦାର୍ ଚଢାଉ, ମଦ ଜବତ ଓ ୫ ଗିରଫ

Facebook
Twitter
LinkedIn

ଭଦ୍ରକ : ପୌର ନିର୍ବାଚନ ପାଇଁ ଜୋର୍‌ଦାର୍ ପ୍ରସ୍ତୁତି ଚାଲିଛି । ପୌର ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ଚଢ଼ାଉ । ରନ୍ଧା ଦେଶୀ ମଦ ଓ ଆସ୍କା ୪୦ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଏହି ଚଢ଼ାଉ ହୋଇଛି ।

ତେବେ ଧାମନଗର ଅବକାରୀ ଥାନା ଅନ୍ତର୍ଗତ ଜୟନଗର, ଧାମନଗର ବଜାରସାହି, ବ୍ଲକ ଛକ, ଦୋବଲ, ସୋଧ, ବାରିକପୁର ବଜାର ଓ ଅନନ୍ତପୁର ଗ୍ରାମ ରେ ଚଢ଼ାଉ ବେଳେ ୧୦୦ ଲିଟର ଦେଶୀ ରନ୍ଧା ମଦ ଏବଂ ୧୫ ଲିଟର ଆସ୍କା ଫର୍ଟି ମଦ ଜବତ କରାଯାଇଥିବା ଏନେଇ ସୂଚନା ମିଳିଛି । ଏହି ଚୋରା ମଦ କାରବାର କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ମୋଟ ୫ ଜଣଙ୍କୁ ଅବକାରୀ ବିଭାଗ ଦ୍ୱାରା ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ମାନେ ହେଲେ ଧାମନଗର ଥାନା ଅନ୍ତର୍ଗତ ବଜାରସାହି ଗ୍ରାମର ରବୀନ୍ଦ୍ର ବାରିକ ଓରଫ ବୁଲୁ , ସୋଧ ଗ୍ରାମର ବସନ୍ତ ପରିଡ଼ା ଏବଂ ଅନନ୍ତପୁର ଗ୍ରାମର ରାଜେଶ ମୁଣ୍ଡା, ମୁନା ଚାମ୍ପିଆ ମୁଣ୍ଡା ଓ ଦିନା ମୁଣ୍ଡା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ତେବେ ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୫ ଗୋଟି ମାମଲା ରୁଜ୍ଜୁ କରାଯାଇଛି । ପୌର ନିର୍ବାଚନକୁ ମଦମୁକ୍ତ କରିବା ପାଇଁ ଧାମନଗର ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login