The Ultimate Managed Hosting Platform
ADVERTISEMENT

ପୋଲିସ SI ପରୀକ୍ଷା ସ୍କାମ ; ଆଉ ୪ ଗିରଫ , ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ

Facebook
Twitter
LinkedIn

ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ ଖୁଲାସା । ମୋଷ୍ଟ ୱାଣ୍ଟେଡ ଦଲାଲ ମୁନ୍ନା ମହାନ୍ତି , ଜଣେ ମହିଳା ସମେତ ୪ ଜଣ ଗିରଫ ହୋଇଛନ୍ତି । ସୁକାନ୍ତ ମହାରଣା , ସୈାମ୍ୟ ପ୍ରିୟଦର୍ଶନୀ ଓ ଅଭିମନ୍ୟୁ ଦୋରା ଗିରଫ ହୋଇଛନ୍ତି । ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲା ଦଶପଲ୍ଲାର ଅଭିମନ୍ୟୁ ଦୋରା । ସୈାମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ କରୁଥିଲେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ସହଯୋଗୀ ଭାବେ କାମ କରି ପ୍ରମାଣ ନଷ୍ଟ କରୁଥିଲା ସୈାମ୍ୟା ପ୍ରିୟଦର୍ଶନୀ । ଦୀଘା ଓ ହାଇଦ୍ରାବାଦରେ ମଡ୍ୟୁଲର ହେଉଥିଲା ସମସ୍ତ ସ୍କାନ ପ୍ଲାନ । ହାଇଦ୍ରାବାଦ ପରେ ଦୀଘା ମଡ୍ୟୁଲ ପାଇଁ ଯାଇଥାନ୍ତେ ପରୀକ୍ଷାର୍ଥୀ । ୧୧୦ ପରୀକ୍ଷାର୍ଥୀଙ୍କ ପାଇଁ ଦୀଘାରେ ରୁମ ବୁକ ହୋଇଥିଲା । ଦୀଘା ମଡ୍ୟୁଲର ନେତୃତ୍ୱ ନେଇଥିଲା ପୂର୍ବରୁ ଗିରଫ ଅରବିନ୍ଦ ଦାସ । ଅରବିନ୍ଦ ଦାସଙ୍କ ଘର ବାଲେଶ୍ୱର ସା÷÷ମ୍ୟାଙ୍କ ଘର ଢେଙ୍କାନାଳ । ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । କେଳେଙ୍କାରୀର ମୁଖ୍ୟ ଶଙ୍କର ପୃଷ୍ଟିକୁ ରିପୋର୍ଟ କରୁଥିଲା ମୁନା ମହାନ୍ତି ।
ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । କାହା ପାଖରେ କିଛି ସୂଚନା ଥିଲେ ଜଣାଇବାକୁ କ୍ରାଇମବ୍ରାଞ୍ଚ ଡିଜିଙ୍କ ଅପିଲ । ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ କହିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର । ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ଏ ପର୍ୟ୍ୟନ୍ତ ୧୨୧ ଜଣ ଗିରଫ ହୋଇଛନ୍ତି । ପ୍ରଶ୍ନପତ୍ର ଲିକ୍ କ୍ରାଇମ ସିଣ୍ଡିକେଟ୍ ରେ ବାହାର ରାଜ୍ୟର କୌଣସି ଗ୍ୟାଙ୍ଗର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login