ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍ ଫରେନସିକ୍ ସାଇଣ୍ଟିଫିକ୍ ଲ୍ୟାବ – ଏସଏଫଏସଏଲକୁ ପଠାଯାଇଛି। ପୋଲିସ ଆଶାୟୀଙ୍କୁ ଧରିବା ପୂର୍ବରୁ ସବୁ ଚାଟ୍ ଡିଲିଟ୍ କରି ଦେଇଥିଲେ ଆଶାୟୀ । ଦଲାଲଙ୍କ ନିର୍ଦ୍ଦେଶରେ ଚାଟ୍ ଡିଲିଟ୍ କରିଥିଲେ। ଏହି ଚାଟକୁ ପୁନରୁଦ୍ଧାର କରିବାକୁ ଏସଏଫଏସଏଲ ରେ ଉଦ୍ୟମ ହେଉଛି। ଚାଟରେ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ବହୁ ଗୁମର ଲୁଚିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଚାଟ୍ ରିଟ୍ରାଇଭ୍ ହେଲେ ଫିଟିବ ଗୁମର। ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ କାମ କରୁଥିଲା ବଡ଼ କ୍ରାଇମ ସିଣ୍ଡିକେଟ୍।
Views: 31