ଭୁବନେଶ୍ୱର : ସରିଲା କିଟ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ପରିବାରକୁ ହସ୍ତାନ୍ତର କରାଗଲା ଶବ । ମୃତଦେହ ଗ୍ରହଣ ବେଳେ କୋହଭରା କଣ୍ଠରେ ବାପାଙ୍କ ପ୍ରତିକ୍ରିୟା । ମୋତେ ନ୍ୟାୟ ଦରକାର କହି କାନ୍ଦି ପକାଇଲେ । ପୋଲିସ କେବଳମୃତଦେହ ଜବତ କରିଛି, କାର୍ଯ୍ୟାନୁଷ୍ଠାନ ନେଇନି । ଆମେ ଅପେକ୍ଷା କରିଛୁ ପୋଲିସ କଣ ପଦକ୍ଷେପ ନେଉଛି । ଗତକାଲି ଭୁବନେଶ୍ବରରେ ପହଞ୍ଚିଲା ପରେ ସେ କହିଥିଲେ ଯେ, ଘଟଣା ଦିନ ଆମେ ଝିଅ ସହ କଥା ହୋଇଥିଲୁ। ଆମ ଝିଅର ସେମିତି କୌଣସି ସମସ୍ୟା ନଥିବ। ନେପାଳୀ ଛାତ୍ରୀଙ୍କର ଶବବ୍ୟବଚ୍ଛେଦ ସରିଛି। ମୃତାଙ୍କ ପିତାମାତା ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନେ ଶବକୁ ନେପାଳ ନେବାଲାଗି ଅମଙ୍ଗ ହୋଇଛନ୍ତି। ପୁରୀ ସ୍ବର୍ଗଦ୍ବାରରେ ମୃତା ନେପାଳୀ ଛାତ୍ରୀଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି। କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ଜାତୀୟ ମାନବାଧିକାର କମିସନ୍ (ଏନ୍ଏଚ୍ଆରସି) ଗମ୍ଭୀରତାର ସହିତ ନେଇଛନ୍ତି। ଏନ୍ଏଚ୍ଆରସି ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତି। ତୁରନ୍ତ ତଦନ୍ତ ସାରି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନି : ମୃତ ନେପାଳୀ ଛାତ୍ରୀଙ୍କ ବାପା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











