କଟକ : ନିମ ସାହିରେ ଅଟକିଥିବା ରାଉସପାଟଣା ଦୁର୍ଗା ମେଢ ଭସାଣ ଆରମ୍ଭ । ରାତିରେ ଆକ୍ରମଣକୁ ନେଇ ଧାରଣାରେ ଥିଲେ ଶତାଧିକ ପୂଜା କମିଟି ସଦସ୍ୟ । ପୋଲିସ ଉପସ୍ଥିତିରେ ଆରମ୍ଭ ହେଲା ଭସାଣ । ତେବେ କଟକରେ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଲାଠି ଚାର୍ଜ କରିଥିଲା । ଢେଲାମାଡ଼ରେ ଡିସିପି ଆହତ ହୋଇଛନ୍ତି । ଦରଘାବଜାର ସ୍ଥିତ ହାତୀପୋଖରୀ ନିକଟରେ ମାଆଙ୍କ ମେଲାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ନାରାବାଜିକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଏଥିରେ ୮ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।
Views: 80











