ବୈାଦ୍ଧ : ଭୈରବୀ ମନ୍ଦିରରୁ ସୁନା ଅଳଙ୍କାର ଚୋରି । ମାଆଙ୍କ ସୁନା ଆଖି ଓ ଟିକିଲି ତାଡି ନେଇଥିବା ଅଭିଯୋଗ । ଗାୟତ୍ରୀ ମନ୍ଦିରରୁ ଦାନ ବାକ୍ସ ଲୁଟି ନେଲେ ଦୁର୍ବୁତ୍ତ । ସହର ସ୍ଥିତ ଭୈରବୀ ମନ୍ଦିର ଓ ଗାୟତ୍ରୀ ମନ୍ଦିରରୁ ଚୋରି। ଭୈରବୀ ମାଙ୍କ ସୁନା ଆଖ୍ ସହିତ ସୁନା ଟିକିଲି ନେଇ ଯାଇଛନ୍ତି ଦୁର୍ବୃତ୍ତ। ସେହିପରି ଗାୟତ୍ରୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୂପା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ରାତିରେ ଏପରି ଘଟଣା ଘଟିଛି। ଦୁର୍ବୃତ୍ତ ମାନେ ଚୋରି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସର ତଦନ୍ତ ଜାରି ରହିଛି।
ସୂଚନା ଅନୁଯାୟୀ ଭୈରବୀ ମନ୍ଦିର ପୂଜକ ସକାଳୁ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ସେହି ସମୟରେ ବାମ ପାର୍ଶ୍ବ ଗେଟ୍ର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ କମିଟିକୁ ଖବର ଦେବା ସହିତ ପୋଲିସକୁ ମଧ୍ୟ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଦୁର୍ବୃତ୍ତ ମାନେ ଭୈରବୀ ମାଙ୍କ ସୁନାର ଦୁଇଟି ଆଖ୍ ଏବଂ ସୁନା ଟିକିଲି ଲୁଟ୍ କରିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଉଭୟ ମନ୍ଦିର କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖୁଛି।
ପୋଲିସକୁ ଖୋଲା ଚାଲେଞ୍ଜ , ମନ୍ଦିରରୁ ସୁନା ଅଳଙ୍କାର ଚୋରି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











