ଭୁବନେଶ୍ୱର ; ପୋପ ଫ୍ରାନସିସଙ୍କ ବିୟୋଗରେ ରାଜ୍ୟ ପାଳିବ ୩ ଦିନିଆ ଶୋକ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର । ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ । ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଗତକାଲି ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କ ନିଧନ ହୋଇଥିଲା । ୨୦୧୩ର ପୋପ ବେନେଡିକ୍ସ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ ତମ ପୋପ ଭାବେ ମନୋନୀତ ହୋଇଥିଲେ । ରୋମାନ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ଵ ନେବାରେ ସେ ପ୍ରଥମ ଲାଟିନ ଆମେରିକୀୟ ଥିଲେ। ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ପୋପ୍ ଫ୍ରାନ୍ସିସ୍ଙ୍କ ମୃତ୍ୟୁ ଖବର ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ପୋପ୍ ଜୀବନର ସାରକୁ ନେଇ ତାଙ୍କ ଶେଷ ଟ୍ୱିଟ୍ରେ ଲେଖିଥିଲେ: ‘‘ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ହୋଇଛି । ଏହି ଶବ୍ଦଗୁଡ଼ିକ ଆମ ଅସ୍ତିତ୍ୱର ସମଗ୍ର ଅର୍ଥକୁ ବହନ କରିଥାଏ, କାରଣ ଆମେ ମୃତ୍ୟୁ ପାଇଁ ନୁହେଁ, ବରଂ ଜୀବନ ପାଇଁ ଜନ୍ମ ହୋଇଥିଲୁ ।’’ ପୋପ୍ ଫ୍ରାନ୍ସିସ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସତ୍ତ୍ୱେ ରବିବାର ହ୍ୱିଲ୍ଚେୟାରରେ ଶ୍ରଦ୍ଧାଳୁଙ୍କ ସାମନାକୁ ଆସିଥିଲେ । ନିଜର ଶେଷ ବାର୍ତ୍ତାରେ ସେ ସ୍ୱାଧୀନତା ଓ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱ ଶାନ୍ତି ପାଇଁ ଧର୍ମ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଜରୁରି ବୋଲି ସେ କହିଥିଲେ ।
ପୋପଙ୍କ ପାଇଁ ରାଜ୍ୟରେ ୩ ଦିନିଆ ଶୋକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











