ବଣାଇ: ଘର ଭିତରେ ପୋଡି ହୋଇ ଦମ୍ପତି ଗୁରୁତର । ବଣାଇ କଲଜେ ପଛରେ ଭଡା ଘରେ ରହୁଥିଲେ ଦମ୍ପତି । ଘରେ ରୋଷେଇ କରୁଥିବା ବେଳେ ଦେହରେ ନିଆଁ ଲାଗି ଦମ୍ପତି ଗୁରୁତର ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଛି। ସ୍ବାମୀ ଜଣକ ପାତାଳଚେମ୍ବରରେ ଓଏମସି ଖଣ୍ଡାଧାରରେ କାର୍ଯ୍ୟରତ ଥିଲେ । ଗୋଟିଏ ଭଡ଼ା ଘରେ ପରିବାର ସହିତ ରହୁଥିଲେ। ତେବେ ସକାଳେ ପତ୍ନୀ ଅନିତା ଲାକ୍ରା ରୋଷେଇ କରୁଥିବା ବେଳେ ହଠାତ ଦେହରେ ନିଆଁ ଲଗାଇ ଯାଇଥିବାରୁ ସେ ଚିତ୍କାର କରିଥିଲେ। ତେବେ ସ୍ବାମୀ ଶିବାଜୀ ରାମ ଶୋଇଥିବା ବେଳେ ତାଙ୍କର ଧର୍ମପତ୍ନୀଙ୍କ ଚିତ୍କାର ଶୁଣି ଉଠି ଯାଇ ଦେଖିବା ବେଳକୁ ତାଙ୍କର ପତ୍ନୀଙ୍କ ଦେହରେ ନିଆଁ ଲାଗି ଯାଇଥିବାରୁ ସେ ତାଙ୍କ ଉଦ୍ଧାର କରୁଥିବା ବେଳେ ସ୍ବାମୀଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ସେ ମଧ୍ୟ ଗୁରୁତର ହୋଇପଡିଥିଲେ।ତେବେ ପରିବାର ଲୋକେ ନିଆଁକୁ ଦେଖି ଲିଭାଇ ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ ବଣାଇଁ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସ୍ତ୍ରୀର ପ୍ରାୟ ୮୦ ପ୍ରତିଶତ ଭାଗ ଦେହ ପଡିଯାଇଛି ଓ ସ୍ୱାମୀ ପ୍ରାୟ ୪୦ ପ୍ରତିଶତ ଭାଗ ପୋଡି ଯାଇଛି । ସେଠାରେ ପ୍ରଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।
ପୋଡି ହୋଇ ଦମ୍ପତି ଗୁରୁତର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











