The Ultimate Managed Hosting Platform
ADVERTISEMENT

ପୋଖରୀରେ ବୁଡି ଦୁଇ ନାବାଳକ ମୃତ

Facebook
Twitter
LinkedIn

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ କୋରିଗାଁର ନାଉରିଗଡ଼ିଆରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ସଲିଳ ସମାଧି ଘଟିଛି। ମୃତ୍ୟୁ ଘଟିଥିବା ଦୁଇ ନାବାଳକ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ସେମାନେ ହେଲେ ଗାଁର ଅଲେଖ ବିଶ୍ବାଳଙ୍କ ପୁଅ ହେମନୁ ବିଶ୍ବାଳ ଓ ବାସୁଦେବ ବିଶ୍ବାଳଙ୍କ ପୁଅ କାର୍ତିକ ବିଶ୍ବାଳ ।
ଖବର ଅନୁଯାୟୀ, ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ଗୋହିରାଟିକିରି ମଠ ପାଖ ପୋଖରୀରେ ଗାଧୋଇବାବେଳେ ବୁଡ଼ିଯାଇ ମୃତ୍ୟୁ ଘଟିଥିବା ଜଣାଯାଇଛି। କୋଳି ଖାଇବାକୁ ଆସି ପୋଖରୀରେ ଗାଧୋଉଥିବାବେଳେ ଏଭଳି ଅଘଟଣ ଘଟିଛି। ଉକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login