ପୁରୀ : ପେଣ୍ଠକଟାସ୍ଥିତ ଡଙ୍ଗା କାରଖାନାରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ସୂଚନା । କାରଖାନା ପରିସରରେ ଥିବା ଡଙ୍ଗା ତଳେ ରହିଥିଲା ବୋମା । ବୋମାଟିକୁ କୁକୁର ଖୋଳିବା ବେଳେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଖବର ଅନୁଯାୟୀ, ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପ ପଛ ପଟେ ବିସ୍ଫୋରଣ ହୋଇଛି । ହଠାତ୍ ପେଟ୍ରୋଲ ପମ୍ପ ପଛ ପଟେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ପାଖରେ ଥିବା ଡଙ୍ଗାଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ଏହାବ୍ୟତୀତ ଏକ ବୁଲା କୁକୁରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଏହି ସ୍ଥାନକୁ ବୋମା କିପରି ଆସିଲା, ସେନେଇ ଛାନ୍ଭିନ୍ ଜାରି ରହିଛି । କେହି ଦୁର୍ବୁତ୍ତ ବୋମା ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସିଟି ଡିଏସପି ଓ ବୋମା ନିଷ୍କ୍ରିୟକାରୀ ଦଳ ଉପସ୍ଥିତ ଅଛନ୍ତି ।
Views: 85