ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ ପୋଟାସିୟମ୍, ଫସଫରସ୍, କ୍ୟାଲସିୟମ୍, ଥାୟାମିନ୍, ନାୟାସିନ୍ ଏବଂ କ୍ୟାରୋଟିନ୍ ରହିଛି । ଯାହା ଅନେକ ରୋଗରୁ ଉପଶମ ଦେଇଥାଏ ।
ଶୀତ ଦିନେ ହେଉଥିବା ରୋଗରୁ ରକ୍ଷା ପାଇବା ପାଇଁ ଧନିଆ ପତ୍ର ବହୁତ ଲାଭଦାୟକ । ଏହି ଋତୁରେ ସାଧାରଣତଃ ଲୋକମାନେ ଥଣ୍ଡା ଜନିତ ସମସ୍ୟାର ସମ୍ମୁଖୀନ କରିଥାଆନ୍ତି । ତେଣୁ ଥଣ୍ଡା ପାଇଁ ଧନିଆ ପତ୍ର ସର୍ବୋତ୍ତମ । ଏହି ସମସ୍ୟା ଦେଖାଦେଉଥିଲେ ଧନିଆ ପତ୍ର ନିଶ୍ଚୟ ଖାଆନ୍ତୁ । ଯାହା ଆପଣଙ୍କୁ ଥଣ୍ଡା ଜନିତ ସମସ୍ୟାରୁ ଆରାମ ଦେଇଥାଏ । ଏହାକୁ ଆପଣ ବିଭିନ୍ନ ପରିବା, ସାଲାଡ୍ କିମ୍ବା ଚଟଣି ରୂପେ ବ୍ୟବହାର କରିପାରିବେ ।ଶୀତ ଦିନେ ବହୁତ ଭୋକ ଲାଗିଥାଏ ଏବଂ ଟେଷ୍ଟି ଫୁଡ୍ ଖାଇବାକୁ ଇଚ୍ଛା ହୋଇଥାଏ । ଯାହା ଫଳରେ ପେଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ଏପରି ସ୍ଥିତିରେ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଧନିଆ ପତ୍ରର ଜୁସ୍ ପିଅନ୍ତୁ । ଯାହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ସହ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ୍ କରିବାରେ ମଧ୍ୟ ସାହାର୍ୟ୍ୟ କରିଥାଏ ।ଯଦି ଆପଣଙ୍କର ପରିସ୍ରା ପୋଡା କିମ୍ବା ପରିସ୍ରା କରିବାରେ କୌଣସି ସମସ୍ୟା ଉପୁଜୁଛି ତେବେ ପ୍ରତିଦିନ ଧନିଆ ପତ୍ର ସେବନ କରିବା ଆବଶ୍ୟକ । ଏହାଦ୍ବାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ । ସବୁଜ ଧନିଆ ପତ୍ରରୁ ଭିଟାମିନ୍ ଭରପୂର ମାତ୍ରାରେ ମିଳିଥାଏ ଯାହା ଗଣ୍ଠି ରୋଗ ପାଇଁ ବେଶ୍ ଫଳପ୍ରଦ ହୋଇଥାଏ ।
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











